Site icon Awaj Media

ଗାଈ ଗୋରୁ ଓ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିଭୂତି ସାହୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପ୍ରଚଣ୍ଡ ଖରାରେ ବୁଲା ଗାଈ ଗୋରୁ ଓ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିଭୂତି ସାହୁ । ବର୍ତ୍ତମାନର ମୁଣ୍ଡ ଫଟା ଖରାରେ ବୁଲା ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭୂତି ନିଜସ୍ୱ ଖର୍ଚ୍ଚରେ ସହରର ବିଭିନ୍ନ ସ୍ଥାନରେ ଜଳକୁଣ୍ଡର ବ୍ୟବସ୍ଥା କରିଛନ୍ତି । ପ୍ରତିବର୍ଷ ସେ ଏଭଳି ମହାନ କାମ କରିଥାନ୍ତି । ତାଳଚେର ବସଷ୍ଟାଣ୍ଡ ପରିସର, ହାଣ୍ଡିଧୁଆ ଏବଂ ଷ୍ଟେସନ ବଜାରରେ ସେ ଜଳ କୁଣ୍ଡ କରି ବୁଲା ଜୀବଜନ୍ତୁଙ୍କ ତୃଷ୍ଣା ମେଣ୍ଟାଉଛନ୍ତି । ବିଭୂତିଙ୍କୁ ଏହି କାମରେ ଘଣ୍ଟପଡ଼ା ପଞ୍ଚାୟତର ନାଏବ ସରପଞ୍ଚ ରାଜୀବ ଦାସ, ତାଳଚେର ବଜରଙ୍ଗ ଦଳର ପ୍ରମୁଖ ଜଗଦୀଶ ମହାପାତ୍ର, ଯୁବ ସାମ୍ବାଦିକ ବସନ୍ତ ନାୟକ, ସଞ୍ଜୟ ରାଉତ, ମନୋଜ ରାଉତ, ଅରୁଣ କୁମାର ମହାପାତ୍ର, ବିଶ୍ୱରଞ୍ଜନ ସାହୁ, ଶିଖର ନାଏକ ପ୍ରମୁଖ ସହଯୋଗ କରୁଛନ୍ତି ।

Exit mobile version