Site icon Awaj Media

ସ୍ୱଳ୍ପ ସମୟ ମଧ୍ୟରେ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାରେ ୱେବ ମିଡ଼ିଆ ଗୁଡିକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ସ୍ୱଳ୍ପ ସମୟ ମଧ୍ୟରେ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାରେ ୱେବ ମିଡ଼ିଆଗୁଡିକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଏଣୁ ସମସ୍ତ ୱେବ ପୋର୍ଟାଲ ଏକାଠି ହୋଇ କାମ କରିବାକୁ ଆଜି ଅନୁଗୁଳ ଜିଲ୍ଲାର ୱେବ ମିଡ଼ିଆ ମହାସଂଘ ପକ୍ଷରୁ ସଂକଳ୍ପ ନିଆଯାଇଛି । ରବିବାର ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକର ୱେବ୍ ମିଡ଼ିଆ ପ୍ରତିନିଧିଙ୍କୁ ନେଇ ସ୍ଥାନୀୟ କୁରୁଡୋଲ ହନୁମାନ ବାଟିକାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆଠଟି ଯାକ ବ୍ଲକର ୱେବ୍ ମିଡ଼ିଆ କର୍ମୀଙ୍କ ସମର୍ଥନରେ ଏକ ମହାସଂଘ ଗଠିତ ହୋଇଛି । ସର୍ବ ସମ୍ମତି କ୍ରମେ ଏହି ମହାସଂଘ ନାମ ରଖାଯାଇଛି ଅନୁଗୁଳ ଜିଲ୍ଲା ୱେବ୍ ମିଡ଼ିଆ ମହାସଂଘ । ବୈଠକରେ ଜିଲ୍ଲା କମିଟି ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଏ ଅବସରରେ ଜିଲ୍ଲା ସଭାପତି ରୂପେ ଶଶାଙ୍କ ଶେଖର ସାମଲ, ଉପସଭାପତି ରୂପେ ଦିଲ୍ଲୀପ କୁମାର ନାଏକ, ସମ୍ପାଦକ ରୂପେ ବିଭୂତି ଭୂଷଣ ପ୍ରଧାନ, କୋଷାଧ୍ୟକ୍ଷ ରୂପେ ପ୍ରେମାନନ୍ଦ ନାୟକ, ଉପଦେଷ୍ଟା ରୂପେ ରାକେଶ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ତଥା ଆଇଟି ସେଲର ଅଧ୍ୟକ୍ଷ ରୂପେ ନିପୁ ଭୂତିଆ, ସହ ସମ୍ପାଦକ ରୂପେ ସତ୍ୟପ୍ରକାଶ ସାହୁ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ରୂପେ ନିହାର ରଞ୍ଜନ ପଟ୍ଟନାୟକ ଏବଂ ସମନ୍ୱୟକାରୀ ରୂପେ କିଶୋର କୁମାର ଭୂତିଆଙ୍କୁ ଚୟନ କରାଯାଇଛି। ସମସ୍ତ କମିଟି ପଦାଧିକାରୀଙ୍କୁ ମହା ସଂଘ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ରାଜେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଆଠଟି ବ୍ଲକର ୮୨ ଜଣ ୱେବ୍ ମିଡ଼ିଆ ପ୍ରତିନିଧି ଉପସ୍ଥିତ ଥିଲେ ।

Exit mobile version