Site icon Awaj Media

ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱାମୀ ଭାସ୍କରତୀର୍ଥ ଙ୍କ (ଲକ୍ଷ୍ମୀ ବାବା ) ପ୍ରୟାସରେ ହନୁମାନ ଭକ୍ତ ମଣ୍ଡଳୀ ପାରଳାଖେମୁଣ୍ଡି ଠାରେ ଗଠନ କରି ସମସ୍ତ ଆଧ୍ୟାତ୍ମିକ ଅନୁଷ୍ଠାନର ଭକ୍ତବୃନ୍ଦ ଏବଂ ସାଧୁସନ୍ଥ ମାନଙ୍କୁ ନେଇ ସ୍ଥାନୀୟ ରେଳ ଷ୍ଟେସନ ନିକଟସ୍ଥ ସିଦ୍ଧ ମହାବୀର ହନୁମାନ ପୀଠ ଠାରେ ସକାଳୁ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ପୂଜକ ଶଙ୍କର ରଥ ଙ୍କ ପୌରହିତରେ ଯଥାରୀତି ରେ କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଟ ସାଧୁ ମହନ୍ତ ରମାନନ୍ଦ ଦାସ ଏବଂ ସ୍ୱାମୀ ନିଗମାନନ୍ଦ ଜୀ ଙ୍କ ଉପସ୍ଥିତିରେ ପରିଚାଳିତ ହୋଇଥିଲା l ଦ୍ଵିତୀୟ ପର୍ଯ୍ୟାୟରେ ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଜୀଙ୍କ ଅନୁଗାମୀ ସାଧ୍ବୀ ଅନୁସୟା ଦାସୀ (ଅନିତା ଦେବୀ) କୀର୍ତ୍ତନ ଓ ପ୍ରବଚନ ମାଧ୍ୟମରେ ହନୁମାନ ଚାଳିଶା ପଠନର ମହତ୍ତ୍ୱ ବିଷୟରେ ବୁଝାଇଥିଲେ l ଶେଷ ପର୍ଯ୍ୟାୟରେ ମହନ୍ତ ସୀତାରାମ ଦାସ ମହାରାଜଙ୍କ ଉପସ୍ଥିତିରେ ମହାବୀର ହନୁମାନଙ୍କ ଆରତୀ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା l ଏଥିରେ ସତ୍ୟ ନାରାୟଣ ସାହୁ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ରାଜେଶ ପାତ୍ର, ଶ୍ୟାମସୁନ୍ଦର ଗନ୍ତାୟତ, ତ୍ରିପତି ପଣ୍ଡା, ବିଘ୍ନେଶ୍ୱର ଦାସ, ବିଷ୍ଣୁ ପଟ୍ଟନାୟକ, ମନୋଜ ଦାସ, ଜଗନ୍ନାଥ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିବା ସହ ଆଗାମୀ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଲକ୍ଷ୍ମୀ ବାବାଙ୍କ ଆଗ୍ରହ କ୍ରମେ ଶିଶୁ ମାନଙ୍କୁ ନେଇ କରାଯିବାର ନିଷ୍ପତି ହୋଇଛି l

Exit mobile version