Site icon Awaj Media

ବିଂଝାରପୁର ରେ ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ପ୍ରାଦୁର୍ଭାବ କମି କମି ଆସୁଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବରେ ଭାରତ ବର୍ଷରୁ ନିଶ୍ଚିହ୍ନ ହୋଇନାହିଁ । ନିକଟରେ ଦିଲ୍ଲୀରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି ଏହି ଭୁତାଣୁ ର ଆଉ ଏକ ନୂଆ ଭାରିଏଣ୍ଟା । ଏହା ବିଶ୍ୱରୁ ସମୂର୍ଣ୍ଣ ଭାବରେ ଲୋପ ହେବା ଯାଏ ସଚେତନତା ଜାରି ରହିବା ଜରୁରୀ ହୋଇପଡିଛି । କାରଣ ଏହା କେତେବେଳେ କାହାର ନା କାହାର ପ୍ରାଣ ନେଇପାରେ ସେ କଥା କିଏବା କହି ପାରିବ । ଏପଟରେ ହୁ ହୁ ହୋଇ ଦରଦାମ ବଢୁଥିବା ବେଳେ କରୋନାରେ ଜୀବିକା ହରାଇଥିବା ବ୍ୟକ୍ତି ବିଶେଷଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଛି । ଏହିପରି କ୍ଷେତ୍ରରେ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବନ୍ଧସାହି ଗ୍ରାମରେ ନିରବଚ୍ଛିନ୍ନ ସଚେତନତା କାର୍ଯ୍ୟକ୍ରମର ୭୬୭ ତମ ଦିବସରେ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଲୋବସ୍ ବଣ୍ଟନ ସହ ବିଭିନ୍ନ ସ୍ଥାନରେ ଜୀବିକା ହରାଇଥିବା ତଥା ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷ, ଭିକ୍ଷୁକ, ବୁଭୁକ୍ଷୁ, ଦିବ୍ୟାଙ୍ଗ, ପାଗଳା ପାଗିଳି ଆଦିଙ୍କୁ ଖାଦ୍ୟ, ବସ୍ତ୍ର, ଗ୍ରୋସରୀ ସାମଗ୍ରୀ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଦିବ୍ୟାଙ୍ଗ ଶ୍ରୀକ୍ଷେତ୍ର ସାହୁଙ୍କ ସହ ନରେଶ ମଲ୍ଲିକ ସୁଚାରୁ ରୂପେ ତୁଲାଉଥିବାର ଦେଖିବାକୁ ମିଳିଛି ।

Exit mobile version