Site icon Awaj Media

ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘ ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବାଲିଗୁଡା ବ୍ଲକ ରୁ ବିପିଏମ ସରୋଜିନୀ ପ୍ରଧାନ, ଓଏଲଏମ ୱାପି ଶୁଭଶ୍ରୀ ଖେତୀ, ବିଏଲସି ନିତୁ ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ ବାରଖମା ପଞ୍ଚାୟତ ରେ ଥିବା ୧୨୦ ଟି ସ୍ୱୟଂସହାୟକ ଗୋଷ୍ଠୀ ରୁ ଶତାଧିକ ମହିଳା ଉପସ୍ଥିତ ଥିଲେ l ଏମବିକେ ଶିଖାରଣୀ ଦିଗାଳ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ବିଗତ ୪ ବର୍ଷର ଆର୍ଥିକ ଓ ସାମାଜିକ ବିବରଣୀ ପଠନ କରିଥିଲେ l ବିପିଏମ ସରୋଜିନୀ ପ୍ରଧାନ ଓ ବିଏଲସି ନିତୁ ସିଂ ଯଥା କ୍ରମେ ସ୍ୱୟଂ ସହାୟକ ମା ମାନଙ୍କୁ ସରକାର ଙ୍କ ଯୋଜନା ବିଷୟମାନ ପୁଣି କିଭଳି ସ୍ୱାବଲମ୍ବୀ ହେବେ, ଜୀବନ ଜୀବିକା ବିକାଶ ଓ ସମୃଦ୍ଧି ସମ୍ପର୍କ ରେ ଅବଗତ କରିଥିଲେ l ଏହା ପରେ ବାରଖମା ଜିପିଏଲଏଫ ର ଆଗାମୀ ଦୁଇ ବର୍ଷ ନିମନ୍ତେ କାର୍ଯ୍ୟ କାରୀ କମିଟି ଓ ସବ କମିଟି ସଦସ୍ୟ ମାନଙ୍କୁ ଚୟନ କରାଯାଇଥିଲା l ଏମବିକେ ଶିଖାରାଣୀ ଦିଗାଳଙ୍କ ଉତ୍ତମ ନେତୃତ୍ୱ, ଓ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇ ଥିବା ଦେଖି ବ୍ଲକ ରୁ ଆସିଥିବା ଅଧିକାରୀ ସମେତ,ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା ମାନେ ପ୍ରଶଂସା କରିଥିଲେ l ଶେଷରେ ନୂତନ ଭାବେ ମନୋନୀତ ହୋଇ ଥିବା ଜିପିଏଲଫ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ଦଣ୍ଡିଆ ବ୍ଲକ ର କର୍ମଚାରୀ ଓ ଉପସ୍ଥିତ ସବୁ ସ୍ୱୟଂସହାୟକ ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version