କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସାରା ଭାରତରେ ୧୫/୦୮/୨୧ ରୁ ଆରମ୍ଭ ହୋଇ ୧୫/୦୮/୨୨ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ଏହି ଅବସରରେ ବାଲିଗୁଡା ରେ ପ୍ରଭୁ ଶ୍ରୀ ଅରବିନ୍ଦ ଙ୍କ ଅତିମାନସ ସଚେତନତା ରଥ ସୁନାପାଙ୍ଗା ସ୍ଥିତ ହୃଷିକେଶ ଶତପଥିଙ୍କ ବାସଭବନ ଠାରୁ ଆରମ୍ଭ ହୋଇ ପିଡବ୍ଲୁଡି ଛକ, ଜକିସାହି, କୋଳିଛକ, ପଟ୍ଟଖଣ୍ଡା ସାହି, ବସଷ୍ଟାଣ୍ଡ ଦେଇ ବୁଡ଼ାଗୁଡା ରୋଡରେ ଶିବରାମ ପଣ୍ଡା ଙ୍କ ବାସଭବନ, ଗୋଇବାଲି, ଵାଦକେତା ଦେଇ ସିଟୁପାଜୁ ରେ ଥିବା ଶ୍ରୀ ମା ଅରବିନ୍ଦ ଙ୍କ ଆଶ୍ରମରେ ପହଞ୍ଚିଥିଲା | ବାଟରେ ସମସ୍ତେ ସ୍ୱାଗତ ଜଣାଇଥିଲେ |
ସେଠାରେ ପହଞ୍ଚି ଜିଲ୍ଲା ସ୍ତରୀୟ ମହିଳା ପାଠଚକ୍ର ଅନୁଷ୍ଠିତ ହୋଇଥିଲା | ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତଥା ବ୍ରହ୍ମପୁର ଆସ୍ୱହା ଜୋନରୁ ଅପା ଓ ଭାଇ ମାନେ ଯୋଗ ଦେଇଥିଲେ | ଶ୍ରୀମା ଅରବିନ୍ଦ ଙ୍କ ୫ ଟି ସ୍ବପ୍ନ ତଥା ୩ ଟି ପାଗଳାମି ସମ୍ପର୍କ ରେ ଆଲୋଚନା କରିଥିଲେ | ମୁଖ୍ୟ ସାଧକ କଳାହାଣ୍ଡି ରୁ ସରୋଜ ଭାଇ, ଦିଗୁ ଭାଇ, ଓ ବ୍ରହ୍ମପୁର ରୁ ଲଲାଟେନ୍ଦୁ ସାମନ୍ତ ଭାଇ, କମଳ ଅପା, ସସ୍ମିତା ଅପା ଓ ଲଷ୍ମୀଧର ଭାଇ ଯୋଗ ଦେଇଥିଲେ | ଏହାକୁ ସୁଚାରୁ ରୂପେ ବାଲିଗୁଡା ର ସୀତାରାମ ପଣ୍ଡା ସହ ଜିଲ୍ଲା ସଭାପତି ଶିବରାମ ପଣ୍ଡା ଓ ବ୍ଲକ ସଭାପତି ହୃଷିକେଶ ଶତପଥି ପରିଚାଳନା କରିଥିଲେ |

