Site icon Awaj Media

ଲୁଣା ଚିତ୍ରୋତ୍ପଳା ନଦୀ ରୁ ଶହ ଶହ ଟ୍ରିପ ବାଲି ଚାଲାଣ : ଧୂଳି ଧୂଆଁ ରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ କଟିକଟା ଜୟପୁର ରାସ୍ତାର ତରୋତ ଠାରୁ ଆରମ୍ଭ କରି ଅସୁରେଶ୍ଵର ବଜାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ନିକଟସ୍ଥ ଲୁଣା ଚିତ୍ରୋତ୍ପଳା ନଦୀ ରୁ ଶହ ଶହ ବାଲି ବୋଝେଇ ଭାରୀଯାନ ଯିବା ଆସିବା କରିବା ଦ୍ୱାରା ଏତେ ପରିମାଣର ବାଲି ଧୁଳି ଉଠୁଛି ଯେ ସ୍ଥାନୀୟ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ବାଲି ଧୁଆଁ ରେ ଅଣ ନିଶ୍ଵସୀ ହୋଇ ପଡିଲେଣି । ରାସ୍ତାଘାଟ ରେ ବାଲି ପଡ଼ିଥିବା କାରଣରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହେଉଥିବାର ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଆଦି ଯାଇଥାନ୍ତି । ରାସ୍ତା କଡ଼ରେ ସ୍କୁଲ ଓ କଲେଜ ହୋଇଥିବାରୁ କେତେକ ବେଳେ ଯେ କଣ ଅଘଟଣ ଘଟିବ ତାହା କହିହେବ ନାହିଁ । ଶହ ଶହ ବାଲି ବୋଝେଇ ଭାରୀଯାନ ଯିବା କାରଣ ରୁ ରାସ୍ତା ମଧ୍ୟ ଫାଟି ଗଲାଣି । ସରକାର ପାଉଛନ୍ତି ରାଜସ୍ଵ , ଟ୍ରକ୍ ମାଲିକ ମାଲେମାଲ , ଜନସାଧାରଣ ନେବେ ରୋଗ , ହେଉଛନ୍ତି ବ୍ୟତିବ୍ୟସ୍ତ ।
ଏନେଇ ବିଗତ ଦିନରେ ସ୍ଥାନୀୟ ଅସୁରେଶ୍ଵର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ଏହା ପ୍ରତି ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସ୍ଥାନୀୟ ଅଞ୍ଚଳ ବାସୀ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version