Site icon Awaj Media

ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କଣିହାଁ ନିକଟସ୍ଥ ଏକଘରିଆ ର ଏକ ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କାରଖାନାର ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗର ୪ ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ତାଳଚେର ଅଗ୍ନିଶମ ବିଭାଗରୁ ଗୋଟିଏ ଟିମ୍‌, ଅନୁଗୁଳ ଷ୍ଟେସନ୍‌ରୁ ଗୋଟିଏ ଟିମ୍‌, କଣିହାଁ ଏନ୍‌ଟିପିସି ଷ୍ଟେସନ୍‌ରୁ ଗୋଟିଏ ଟିମ୍‌, ନାଲକୋ ସ୍ମେଲଟରୁ ଗୋଟିଏ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଟିମ୍‌ର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାଯାଇଛି । ତେବେ ନିଆଁ ଲାଗିବାର କାରଣ କ’ଣ ତାହା ଏବେ ଯାଏଁ ଜଣାପଡ଼ି ନାହିଁ । ନିଆଁକୁ ଆୟତ୍ତ କରିବାରେ ଜିଲ୍ଲା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ ଓ ସମ୍ବଲପୁର ରେଞ୍ଜ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଗୁଳ ଅଗ୍ନିଶମ କର୍ମଚାରୀ ରଞ୍ଜିତ ରାଉତ, ପ୍ରତାପ ସାହୁ, ରଶ୍ମିରଞ୍ଜନ ବରାଳ, ସୁକାନ୍ତ ନାଥ, ତାଳଚେର ଅଗ୍ନିଶମ କର୍ମଚାରୀ ପବିତ୍ର ନାୟକ, ବାବୁଲା ସାହୁ, ଦିଗମ୍ବର ମାହୁନ୍ତ, କଣିହାଁ ଅଗ୍ନିଶମ ବିଭାଗର କର୍ମଚାରୀ ହେମନ୍ତ କୁମାର ଭୋଇ, ରାଜେଶ ମହାରଣା, ଅଭିମନ୍ୟୁ ବରାଳ, ଷ୍ଟେସନ୍‌ ଅଫିସର ରୋହିତ ବେହେରା, ନାଲକୋ ସ୍ମେଲଟର ଟିମ୍‌ର ଡିସିପିଓ ସୋହମ୍‌ ରାମ, ହାବିଲଦାର ବି ଆର୍‌ ନାର୍ଜାରୀ, ଫାୟାର ଏଏସ୍‌ଆଇ ଏସ୍‌ ସି ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version