Site icon Awaj Media

ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଉପ-ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରାଶାସନିକ ଅଧିକାରୀ ବୈତୁରା ଦୀପଙ୍କୁ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ତାଙ୍କ ନିଜସ୍ୱ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ମହାସଂଘ ର ସଭାପତି ଶଶାଙ୍କ ଶେଖର ସାମଲ ଙ୍କ ନେତୃତ୍ଵରେ ସମ୍ବର୍ଦ୍ଧନା କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମହାସଂଘ ର ଉପଦେଷ୍ଟା ରାକେଶ କୁମାର ସାମଲ, ସମ୍ପାଦକ ବିଭୁତି ଭୂଷଣ ପ୍ରଧାନ, କୋଷାଧ୍ୟକ୍ଷ ପ୍ରେମାନନ୍ଦ ନାଏକ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ନିହାର ରଞ୍ଜନ ପଟ୍ଟନାୟକ, ବିଜୟ କୁମାର ଦେ, ସୁଧାକର ସାହୁ, ଦୀନେଶ କୁମାର ନାଏକ, ଶଶାଙ୍କ ସାହୁ, ଆଶିଶ କୁମାର ମାଲୁଆ, ଭିକାରୀ ନାଏକ, ମନୋଜ କୁମାର ଦେହୁରୀ, ଜିତେନ କୁମାର ସାହୁ, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଉପ-ଜିଲ୍ଲାପାଳଙ୍କୁ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ଅବଗତ କରାଯାଇଥିଲା ।

Exit mobile version