Site icon Awaj Media

ଥୁଆମୂଳ ରାମପୁର ରେ ଉଦଘାଟିତ ହେଲା JMFC କୋର୍ଟ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଲସିରାମ ଛତ୍ରୀଆ : ଥୁଆମୂଳ ରାମପୁର ରେ ଉଦଘାଟିତ ହେଲା JMFC କୋର୍ଟ । ଖେଳିଲା ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳ ବାସୀ ଦୀର୍ଘ ଦିନ ହେବ ଥୁଆମୂଳ ରାମପୁର ରେ କୋର୍ଟ ଖୋଲିବା ପାଇଁ ଦାବୀ କରି ଆସୁଥିଲେ । ସେମାନଙ୍କ ଦାବୀ ମୁତାବକ ଅଂଚଳ ବାସୀ ବିଚାର ପ୍ରକ୍ରିୟା ପାଇଁ ଜିଲ୍ଲା ସଦର ମହକୁମାର ଉପରେ ନିର୍ଭର କରି ଆସୁଥିଲେ । ଆନୁସାଙ୍ଗିକ ଯାନବାହାନ ବ୍ୟବସ୍ଥା ନଥିବା ବେଳେ, ଶହେ କିଲୋମିଟର ଦୂର ସଦର ମହକୁମାର ଠାରେ ଅବସ୍ଥାପିତ କୋର୍ଟ ଉପରେ ନିର୍ଭର କରୁଥିଲେ ଆଦିବାସୀ ଅଧ୍ୟୁଷିତ ଅଂଚଳ ଥୁଆମୂଳ ରାମପୁର ବ୍ଲକର ଲୋକେ । ଗମନା ଗମନରେ ଯାନବାହନର ସମସ୍ୟା ଥିବା ବେଳେ ଭୋକ ଉପାସରେ କୋଟ କାର୍ଯ୍ୟ ପାଇଁ ଦିନ ଦିନ ଧରି ନିଜ ନିଜ କାର୍ଯ୍ୟରେ ଅପେକ୍ଷା କରି ରହୁଥିଲେ । ଏ ବିଷୟରେ ବାରମ୍ବାର ଦାବୀ ପରେ ଏକଥାକୁ ହୃଦୟଙ୍ଗମ କରି ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବା ପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଥୁଆମୂଳ ରାମପୁର ଠାରେ ଅବସ୍ଥାପିତ ରାଜଭବନ ପ୍ରକୋଷ୍ଠ ରେ ଅସ୍ଥାୟୀ କାର୍ଯ୍ୟାଳୟରେ କୋର୍ଟର ଶୁଭ ଉଦଘାଟନ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭରଚୁଆଲ ଯୋଗେ ଓଡିଶାର ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଦୌରାଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଙ୍କ ଅଧ୍ୟକ୍ଷତାରେ କନିଷ୍ଠ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କାର୍ଯ୍ୟାଳୟ ଠାରେ ଉଦଘାଟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକ୍ତନ GMFC ମାଜିଷ୍ଟ୍ରେଟ ସୋମେୟ ଶ୍ୟାମଜିତ ପଣ୍ଡା ନିଜ ଦାୟିତ୍ୱ ଆଜି ଠାରୁ ତୁଲାଇବା ସହ କୋର୍ଟକୁ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ , ଥୁଆମୂଳ ରାମପୁର ଓକିଲ ସଂଘ ସଭାପତି ସୁଶୀଲ ରାଉତ ,ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ , ସମାଜସେବୀ ମାଣିକ୍ୟ ନାୟକ ,ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ,ସମାଜସେବୀ ଭାରତ ଦଣ୍ଡସେନା, ନରେନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଆଇନଜୀବୀ ବିକାଶ ଠାକୁର, ସଂଜୀବ ପଣ୍ଡା, ଲୋକନାଥ ନାଗ, ଅନ୍ତିମ ପାଢ଼ୀ, ମନୋରଞ୍ଜନ ନାଏକ, ମୁରଲୀ ନାଏକ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Exit mobile version