Site icon Awaj Media

ସିନ୍ଦୁରିଆ ଗ୍ରାମରେ ଧୁମଧାମରେ ପାଳିତ ହୋଇଛି ଇଦ୍ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ମହକୁମା ସ୍ଥିତ ସିନ୍ଦୁରିଆ ଗ୍ରାମରେ ଧୁମଧାମରେ ଇଦ୍ ପାଳିତ ହୋଇଛି । ଦୁଇ ବର୍ଷ ହେବ କରୋନା କଟକଣା ଲାଗି ପାଳିତ ହୋଇ ପାରି ନଥିବା ଇଦ୍ ପର୍ବ କୁ ବହୁ ଆଡମ୍ବର ସହିତ ପାଳନ କରିଛନ୍ତି ମୁସଲମାନ ଭାଇଭଉଣୀ । ଭାଇଚାରାର ଗ୍ରାମ ସିନ୍ଦୁରିଆରେ ହିନ୍ଦୁ ଏବଂ ମୁସଲମାନ ମାନେ ମିଶି ପାଳନ କରିଥିଲେ ଇଦ୍ ପର୍ବ କୁ । ସିନ୍ଦୁରିଆ ଗ୍ରାମ ବିଜେଡ଼ି ସଭାପତି ଶେଖ ନଇମ , ଶିକ୍ଷକ ଶେଖ ଅବଦୁଲ ଖାଲିକ, ସମାଜସେବୀ ନୟନ ଖାଁ, ସାମ୍ବାଦିକ ଶେଖ ଅନୱର ଅଲ୍ଲୀ, ଶେଖ ଇସୁବ ପ୍ରମୁଖ ଇଦ୍ ପର୍ବ ରେ ଯୋଗ ଦେଇଥିବା ହିନ୍ଦୁ ଭାଇ ମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ନୟାଗଡ଼ ବିଡ଼ିଓ ଭିକାରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ ମହାପାତ୍ର, ସରୋଜ ରଣସିଂହ, ସୁବାସ କହଁର , ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପବିତ୍ର ରମଜାନ ମାସର ଉପବାସ ଓ ଚାନ୍ଦ ଦର୍ଶନ ପରେ ଏହି ପର୍ବ ପାଳିତ ହୋଇଛି । ଖୁସି,ଦାନ, ଧର୍ମର ଏହି ପର୍ବ କୁ ସିନ୍ଦୁରିଆ ଗ୍ରାମ ର ଭାଇଭଉଣୀ ମାନେ ବହୁ ଆଡମ୍ବର ସହିତ ପାଳନ କରିଥିଲେ ।

Exit mobile version