Site icon Awaj Media

ସମସ୍ୟା ଘେରରେ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମସ୍ୟା ଘେରରେ ରହିଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ।ଜିଲ୍ଲାର ବିକାଶ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଦେଉଥିବା ବେଳେ ଅର୍ଥର ସୁବିନିଯୋଗ ହୋଇ ପାରୁ ନଥିବା ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ମାନ ରହିଥିବା ବେଳେ ଯୋଜନାର ସଫଳ ରୂପାୟନ ହେଉ ନଥିବା ମଧ୍ୟ ଅଭିଯୋଗ ହେଉଛି । ବିଭାଗରେ ବିଭିନ୍ନ ପଦବୀ ଖାଲି ପଡିବା ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘ 10 ବର୍ଷ ରୁ 15 ବର୍ଷ ହେବ କ୍ଷେତ୍ର କର୍ମଚାରୀ ଓ ଅଫିସ କର୍ମଚାରୀ ମାନେ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି । ଏହି ମାନଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ହେଉନାହିଁ । ଯାହା ଫଳରେ ଜିଲ୍ଲା ରେ ବିକାଶର ବାଧକ ସାଜିବା ସହିତ ଦୁର୍ନୀତି ର ଗନ୍ତାଘର ପାଲଟି ଯାଇଥିବା ଅଭିଯୋଗ ହେଉଛି । ଏପଟେ ରାଜ୍ୟ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ 5 T , ମୋ ସରକାର କହୁଥିବା ବେଳେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚାଷୀଙ୍କ ସୁବିଧା ସକାଶେ ପୋଖରୀ ଖନନ, କେନାଲ, ଚେକ ଡ୍ୟାମ ପ୍ରଭୃତି କାମ ଚାଲୁଥିବା ବେଳେ ଓ ଲାଇବ ହୁଡ଼ ପ୍ରୋଜେକ୍ଟ ଦ୍ବାରା ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜ ଅଞ୍ଚଳରେ ଜୀବନ ଜୀବିକା ହୋଇ ପାରିବ ତା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ତାହା ଲକ୍ଷ୍ୟ ରୁ ବିଚ୍ୟୁତ ହେଉଥିବା ର ଅଭିଯୋଗ ହେଉଛି । ପୋଖରୀ ଖନନ ମଣିଷ ବଦଳରେ ଜେସିବି ଦ୍ୱାରା ଖୋଳା ଯାଉଥିବା ର ଜନ ପ୍ରତିନିଧିମାନେ ସମିତି ବୈଠକରେ ପ୍ରଶ୍ନବାଣରେ ବିଭାଗୀୟ କର୍ତ୍ତୃପକ୍ଷ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ଯାହା ଫଳରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏଥିପ୍ରତି ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି ।

Exit mobile version