Site icon Awaj Media

ପ୍ରବଳ ଝଡ଼ ତୋଫାନରେ ବିଦ୍ୟାଳୟ ଟିଣ ଉଡ଼ିଗଲା : ତୁରନ୍ତ ମରାମତି ପାଇଁ ଦାବୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବର୍ତ୍ତମାନ କିଛି ଦିନ ହେଲା ଦିନ ତମାମ ପ୍ରବଳ ଖରା ସାଙ୍ଗକୁ ଗରମ ହେଉଥିବା ବେଳେ ଅପରାହ୍ନ ପରେ ପରେ ସାମାନ୍ୟ ମେଘୁଆ କରି ଧିରେ ଧିରେ ପବନ ଓ ବର୍ଷା ହେଉଛି l ଏହି ପବନ ଓ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷାଜିଲା କୁଟିକିଆ ପଞ୍ଚାୟତର ମାଦାଗୁଡା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଶ୍ରେଣୀ ଗୃହ ଟିଣ ଉଡିଯାଇଛି l ଫଳରେ ପିଲାଏ ପାଠ ପଢିବା ବାଧାପ୍ରାପ୍ତ ହୋଇଛି l ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ୨୦ ଜଣ ଛାତ୍ର / ଛାତ୍ରୀ ପଢନ୍ତି । ସ୍କୁଲର ଦୁଇଟି ଗୃହ ଥିବା ବେଳେ ଗୋଟିଏ ମରାମତି ଆରମ୍ଭ ହୋଇଥିବା ବେଳେ କାଳବୈଶାଖି ଫଳରେ ଟିଣ ଉଡେଇ ନେଇଛି l ଶ୍ରେଣୀଗୃହ ନଥିବା ବେଳେ ପାଖକୁ ଲାଗିଥିବା ଅଙ୍ଗନଓ୍ବାଡିର ରୋଷେଇ ଘରେ ପିଲାଏ ପାଠ ପଢିବା ପାଇଁ ଅସ୍ଥାୟୀ ଭାବେ ଚଳାଇବା ନେଇ ସି,ଆର,ସି,ସି ଦିଗାମ୍ବର ଦିଗାଲ କହିବା ସହ ସ୍କୁଲର ଦାୟିତ୍ବରେ ଥିବା ଶିକ୍ଷୟତ୍ରୀ ଅଞ୍ଜନା ପ୍ରଧାନ ମଧ୍ୟ ଶ୍ରେଣୀ ଗୃହ ଅତିଶିଘ୍ର ନିର୍ମାଣ ସହ କିଭଳି ଆଗାମି ଦିନର ସ୍କୁଲ ସମୟରେ ପିଲାଏ ଆସି ପାଠ ପଢିବେ ସେଥିପାଇଁ ମରାମତି ଅତିଶିଘ୍ର କରିବା ନେଇ ଦାବି କରିଛନ୍ତି ।

Exit mobile version