Site icon Awaj Media

ବାଲ୍ୟ ବିବାହ କୁ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଅବସ୍ଥିତ ନୂଆଗାଁ ଗ୍ରାମ ପଞ୍ଚାୟତ ରେ ନୟାଗଡ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍ , ସିଡ଼ିପିଓ ଶୁଭ୍ରକେଶି ମଲିକ, ନାଏବ ସରପଞ୍ଚ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବାଲ୍ୟବିବାହ କିପରି ରୋକାଯାଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଝିଅ ମାନଙ୍କୁ ବିବାହ ବୟସ ହେବା ପୂର୍ବରୁ ସଚେତନତା ଅଭାବରୁ ପିତା ,ମାତା ଝିଅ ବିବାହ କରାଇ ଦେବା ଦ୍ଵାରା କିପରି ବୈବାହିକ ଜୀବନ ଉପରେ କୁ ପ୍ରଭାବ ପଡିଥାଏ ସେ ଉପରେ ଆଲୋଚନା କରିବା ସହ ଝିଅ ମାନଙ୍କ ଉନ୍ନତି ରେ ରାଜ୍ୟ ତଥା ଦେଶର ଉନ୍ନତି ବୋଲି ଆଲୋଚନା କରା ଯାଇଥିଲା । ବାଲ୍ୟ ବିବାହ ରୋକିବା ଉପରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ର ମୁଖ୍ୟ ଭାବେ ସରପଞ୍ଚ ଅମିତା ପରିଡ଼ା ଥିବା ବେଳେ ସଦସ୍ୟ ଭାବେ ସମିତି ସଭ୍ୟା, ଅଙ୍ଗନ ୱାଡି କର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ଥିବା ଜଣା ପଡିଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ୱାର୍ଡ ସଭ୍ୟ, ସଭ୍ୟା ଅଙ୍ଗନ ୱାଡ଼ି କର୍ମୀ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version