Site icon Awaj Media

କାନ୍ଥରେ ପିଟି ହୋଇ ହରିଣର ମୃତ୍ୟୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ଫରେଷ୍ଟ ରେଞ୍ଜ କଳମଛୁଇଁ ଗାଁ ରେ କାନ୍ଥରେ ପିଟି ହୋଇ ଆଜି ଏକ ହରିଣର ମୃତ୍ୟୁ ଘଟିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡ଼ୁଥିଲା । ଏହି ସମୟରେ ଗାଁ ର ଜଣଙ୍କ କାନ୍ଥରେ ପିଟି ହୋଇ ଯାଇଥିଲା । ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ହରିଣଟିର ମୃତ୍ୟୁ ଘଟିଥିଲା । ଏନେଇ ଗାଁ ଲୋକେ ତାଳଚେର ଉପଖଣ୍ଡ ବନାଞ୍ଚଳକୁ ଜଣାଇଥିଲେ । ଖବର ପାଇ ବନ ବିଭାଗର ଅଧିକାରୀ ପହଞ୍ଚି ହରିଣର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତାଳଚେର ନେଇ ଯାଇଥିଲେ । ଖରା ଯୋଗୁ ହରିଣ ମାନେ ପାଣି ପାଇଁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ପାଇଁ ଜଳର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

Exit mobile version