Site icon Awaj Media

ଜିଲ୍ଲା ସ୍ତରୀୟ ଉତ୍ସବ ନହେବାରୁ ଚାଷି କୁଳ ରେ ଅସନ୍ତୋଷ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ରେ ଥିବା କୃଷି ବିଭାଗ ପକ୍ଷରୁ କୃଷକ ଦିବସ ଓ ଅକ୍ଷୟ ତୃତୀୟା ଦିନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନ ହେବା ନେଇ ଚାଷି କୁଳରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦୁଇ ବର୍ଷ କରୋନା ଯୋଗୁଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିଲା । କିନ୍ତୁ ଚଳିତ ବର୍ଷ ଚଳିତ ବର୍ଷ କୃଷକ ଦିବସ ଓ ଅକ୍ଷୟ ତୃତୀୟା ଜିଲ୍ଲା ସ୍ତରୀୟ ସଦର ମହକୁମାରେ ହେବ ବୋଲି ଚାଷୀଙ୍କ ମନରେ ଉତ୍ସ।ହ ରହିଥିଲା । ପରିଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆର.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟା ପାଳନ କରିଥିଲେ , ତେବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସଦର ମହକୁମାରେ କରିବାକୁ କହିଥିଲେ ସୁଦ୍ଧା କର୍ଣ୍ଣପାତ ବା ଗୁରୁତ୍ୱ ଦେଇ ନ ଥିଲେ । ବିଭାଗୀୟ ଅଧିକାରୀ ଚାଷୀଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଆର.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ଠାରେ କରାଇଥିଲେ କାର୍ଯ୍ୟକ୍ରମ । ପ୍ରତି ବ୍ଳକରେ କୃଷକ ଦିବସ ଓ ଅକ୍ଷୟ ତୃତୀୟା ବ୍ଳକ ସ୍ତରରେ କାର୍ଯ୍ୟକାରୀ ହୋଇଥାଏ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ । ଯାହା ଫଳରେ ଚାଷୀ ମାନେ ପ୍ରତି ବ୍ଳକରେ ଆନନ୍ଦ ଉଲ୍ଲାସର ସହ ଏହି ଦିନଟି ପାଳନ କରିଥାନ୍ତି । ବିଭିନ୍ନ ବିଭାଗୀୟ ଅଧିକାରୀ କୃଷି ସମ୍ପର୍କୀୟ ସୂଚନା ଓ ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ସଚେତନତା କରାଇଥାନ୍ତି । ଚଳିତ ବର୍ଷ ଗୋଟିଏ ସ୍ଥାନରେ କାର୍ଯ୍ୟକ୍ରମ କରି ଚାଷି ଙ୍କ ପ୍ରତି ଅଣଦେଖା କରିଥିବା ର ଅଭିଯୋଗ ହେଉଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକୁ ଚାଷି ତୀବ୍ର ନିନ୍ଦା କରିଛନ୍ତି । ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଲେ ଚାଷି ସରକାରଙ୍କ ଯୋଜନା ଓ ନିଜର ସୁବିଧା ଅସୁବିଧା ସରକାର ଙ୍କ ନିକଟରେ ଉପସ୍ଥାପନ କରି ପାରିଥାନ୍ତେ ବୋଲି ଚାଷି ମତ ପ୍ରକାଶ କରିଛନ୍ତି ।

Exit mobile version