Site icon Awaj Media

ଜଣେ ଅଧିକାରୀ ତିନୋଟି ରେଞ୍ଜର ଦାୟିତ୍ୱ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଦେବଗିରି ବନାଞ୍ଚଳ ରେ ଦୀର୍ଘ ଦିନ ହେଲା ବନାଞ୍ଚଳ ଅଧିକାରୀ ପଦବୀ ଖାଲି ପଡ଼ିଛି । ନାରାୟଣପୁରୁ ବନାଞ୍ଚଳ ଅଧିକାରୀ ଏହାର ଦାୟିତ୍ଵ ତୁଲାଉଛନ୍ତି । ଯାହା ଫଳରେ ଦେବଗିରି ବନାଞ୍ଚଳରେ ସରକାର ଙ୍କର ଯୋଜନା କିପରି କାର୍ଯ୍ୟକାରୀ ହେଉଥିବ ତାହା ସହଜରେ ଅନୁମେୟ । ଦେବଗିରି ବନାଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧି ବିଭାଗର କଣ କାମ ଚାଲିଛି ଜାଣିବା ପାଇଁ ଗଲେ ଅଧିକାରୀଙ୍କ ଦେଖା ମିଳୁନାହିଁ । କେବଳ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ବସି କାର୍ଯ୍ୟ କରୁଥାଏ ପଚାରିଲେ ସନ୍ତୋଷ ଜନକ ଉତ୍ତର ଦେଇ ପାରନ୍ତି ନାହିଁ । ସେହିପରି ନାରାୟଣପୁର ବନାଞ୍ଚଳ ଅଧିକାରୀ କାଶୀନଗର ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିବାର ଜଣା ପଡ଼ିଛି । ସମିତି ବୈଠକରେ ବନାଞ୍ଚଳ ଅଧିକାରୀଙ୍କ ଅନୁପସ୍ଥିତି କୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଜଣେ ବନାଞ୍ଚଳ ଅଧିକାରୀ ତିନୋଟି ବନାଞ୍ଚଳ ଦାୟିତ୍ବ ତୁଲାଉଥିବା ବେଳେ ସରକାର ଙ୍କର ଯୋଜନା କିପରି କାର୍ଯ୍ୟକାରୀ ହେଉଥିବ ସହଜରେ ଅନୁମେୟ । ଏପଟେ ରାଜ୍ୟ ସରକାର 5 T , ମୋ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବନାଞ୍ଚଳ ଗୁଡିକରେ ବନାଞ୍ଚଳ ପଦବୀ ପୂରଣ ନ ହେବା ସମସ୍ତଙ୍କୁ ଚକିତ କରିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଖାଲି ପଡିଥିବା ବନାଞ୍ଚଳ ଗୁଡିକରେ ପଦବୀ ପୂରଣ ହେଲେ ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି ।

Exit mobile version