Site icon Awaj Media

ବିଶ୍ୱକର୍ମା ବଢ଼େଇ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୱାର୍ଡ ନଂ ୩ ରେ ଥିବା ଗଜପତି ଜିଲ୍ଲା ବିଶ୍ୱକର୍ମା ବଢ଼େଇ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି । ସଂଘର ସଭାପତି ସତ୍ୟ ନାରାୟଣ ମହାରଣା ଙ୍କ ଅଧ୍ୟକ୍ଷତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ସେଥିରେ ଶ୍ରମିକ ମାନେ କର୍ମକ୍ଷେତ୍ରରେ କିଭଳି ଶୋଷଣ ଓ ନିର୍ଯ୍ୟାତନାର ଶିକାର ନ ହେବେ ସେଥିପାଇଁ ଏକତ୍ରିତ ହୋଇ ରହିବାକୁ ହେବ ବୋଲି ଆଲୋଚନା ହୋଇଥିଲା । ନିର୍ମାଣ ଶ୍ରମିକ ପାଇଁ ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକର ବାଟମରଣା ନ ହୁଏ ସେଥିପ୍ରତି ସଜାଗ ଓ ସତର୍କ ରହିବାକୁ ପଡିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଏହା ପରେ ସେମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଦେବେନ୍ଦ୍ର ବିଶ୍ୱାଳ, ଉପ ସଭାପତି କେ. ରାମାରାଓ, କୋଷାଧ୍ୟକ୍ଷ ବିଜୟ କୁମାର ଜେନା, ଆଇନ ଉପଦେଷ୍ଟା ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version