ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବିଭିନ୍ନ ଚାଷ ଜମି କିସମକୁ ଘର ବାରିରେ ପରିଣତ କରାଯାଉଛି । ବାହାର ରାଜ୍ୟର ବେପାରୀ ଆସି ଶାଗ ମାଛ ଦରରେ ଜମି କିଣି ତାହାକୁ ପ୍ଲଟ କରି ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି , ବେପାରୀ ସେମାନଙ୍କୁ ସାହାଯ୍ୟ କରୁଛନ୍ତି . ଏଠାକାର କିଛି ଦଲାଲ କିଛି ଟଙ୍କା ପାଇଁ ହାତ କୁ ହାତ ମିଶାଇ ଚାଷ ଜମିକୁ ଘରବାରିରେ ପରିଣତ କରୁଛନ୍ତି । ସହରର ଷ୍ଟାଡିୟମ ନିକଟରେ ଥିବା ଜମି ଗୁଡିକ ଏବଂ ବି.ଏନ ପ୍ୟାଲେସକୁ ଯିବା ରାସ୍ତା ଜମି ଗୁଡିକ, ପୁରୁଣା ପାଟଣା ଯିବା ଜମି ଗୁଡିକ, ଫରେଷ୍ଟ ଗେଟ ନିକଟରେ ଥିବା ଚାଷ ଜମି ଗୁଡିକ ଘରବାରି କରି ଜମିକୁ ପ୍ଲଟ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଦିନ ଆସିବ ଆଉ ଚାଷୀଙ୍କୁ ଚାଷ କରିବ।କୁ ଜମି ନଥିବ . ଚାଷୀ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବ . ଚାଷୀ ଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି । ଚାଷୀ ନିଜର କୌଳିକ ବୃତ୍ତି ଛାଡି ଦାଦନ ଖଟିବ କୁ ବାଧ୍ୟ ହଉଛି ।
ଚାଷି ଜମି ରେ ସୁନାର ଫସଲ ବଦଳ ରେ ଗଢି ଉଠିଥିବା ବଡ଼ ବଡ଼ କୋଠ ଘର ଅଟଳିକା ଦେଖିବାକୁ ମିଳିବ । ଆଉ କିଛି ଦିନ ଗଲା ପରେ ଆଉ ଚାଷ ଙ୍କ ଜମି ଦେଖିବକୁ ମିଳିବ ନାହିଁ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ସଚେତନ ମହଲରେ ଦାବୀ ହେଉଛି ।
ଚାଷ ଜମି କମୁଛି – ଘର ବାଡ଼ି ବଢୁଛି !!!

