Site icon Awaj Media

କଣିହାଁ ଠିକା ଶ୍ରମିକଙ୍କ ପାଇଁ ଖୁସି ଖବର !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନରେ ଶେଷରେ ମୁଣ୍ଡ ନୁଆଁଇଲା ଏନଟିପିସି . ସାଂସଦ ମହେଶ ସାହୁ , ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ , 9 ନମ୍ବର ଜୋନ ଜିଲ୍ଲା ପରିଷଦ ରଞ୍ଜନ ସାହୁ , 9 ନମ୍ବର ଜୋନ ସଭାପତି ସୁନୀଲ ବାବୁ ଓ କଣିହାଁ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ // ସଭ୍ୟାଙ୍କ ଉପସ୍ଥିତିରେ NTPC ପ୍ରଶାସନ ଅନୁଗୋଳ ଜିଲ୍ଲାପାଳ ମହୋଦୟଙ୍କ କକ୍ଷ ରେ ଆଲୋଚନା ହୋଇଥିଲା । ତାଳଚେର ସୁରକ୍ଷା ମଞ୍ଚ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା । ସେଥିମଧ୍ୟରୁ ୬ ଗୋଟି ଦାବି କୁ NTPC କର୍ତ୍ତୃପକ୍ଷ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେଗୁଡିକ ହେଲା : 1 – 17 ଜଣ ଜମିହରା କ୍ଷତିଗ୍ରସ୍ତ ପ୍ରଜା ଙ୍କୁ ନିଯୁକ୍ତି । 2 – କଣ୍ଟିଜେନସି କର୍ମଚାରୀ ଙ୍କୁ ମେଣ୍ଟେନାସ ପିଲା ମାନଙ୍କ ଭଳି ସମାନ ସୁବିଧା ମିଳିବ . 3 – NTPC ମେଡିକାଲରେ ଠିକା ଶ୍ରମିକ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିବ । 4 – ESI ରେଫେର କଣିହାଁ ESI ଅଫିସ ଠାରେ ହେବ । 5 – ଆଲାଉନ୍ସ 22 ଟଙ୍କା ଯାଗାରେ ଏଣିକି 50 ଟଙ୍କା ମିଳିବ । 6 – CSR ଅର୍ଥ ଏଣିକି 13 KM ଭିତରେ ଖର୍ଚ୍ଚ ହେବ ।

Exit mobile version