କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର କଣିହାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଞ୍ଜିତା ବେହେରା ସରପଞ୍ଚ ଦାୟିତ୍ୱ ନେବା ଦିନଠାରୁ କିଛି କିଛି ନୂତନ କାମ କରିବା ଆରମ୍ଭ କରିଛନ୍ତି । ଦୁଇ ଦିନ ତଳେ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ରବିବାର ହାଟପଦାକୁ ନିଜେ ପ୍ରତ୍ୟକ୍ଷ ଉପସ୍ଥିତ ରହି ଜେସିବି ଲଗାଇ ସଫା କରାଇଥିଲେ । ଆଜି ଏକ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ନିଜେ ଶପଥ ନେବା ସହ ଦୁର୍ନୀତିକୁ ସମର୍ଥନ କରିବେ ନାହିଁ ଓ କାହାକୁ ଦୁର୍ନୀତି କରିବାକୁ ଦେବେ ନାହିଁ ଉଦ୍ଦେଶ୍ୟରେ ଏକ ମୋବାଇଲ ନମ୍ବର ସାର୍ବଜନୀନ କରିଛନ୍ତି । ଡାକ୍ତରଖାନା, ଥାନା ଓ ଯୋଗାଣ ସମ୍ବନ୍ଧୀୟ ସମସ୍ତ ସାହାଯ୍ୟ ସହଯୋଗ ପ୍ରଦାନ କରିବା ପାଇଁ ଅଲଗା ଅଲଗା ମୋବାଇଲ ନମ୍ବର ଜାରି କରାଯାଇଛି । ଗ୍ରାମ ପଞ୍ଚାୟତ ଓ ବ୍ଲକର ଯେକୌଣସି ବିଷୟରେ ଜାଣିବା ପାଇଁ ଯୋଗାଯୋଗ ନମ୍ବର ମଧ୍ୟ ଅଲଗା ଅଲଗା ରହିଥିବା ସରପଞ୍ଚ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି । ଏଥିପାଇଁ ପଞ୍ଚାୟତବାସୀ ବହୁତ ଖୁସି ଅଛନ୍ତି ।
ଦାୟିତ୍ୱ ନେବା ଦିନ ଠାରୁ କିଛି କିଛି ନୂତନ କାମ କରିବା ଆରମ୍ଭ କରିଛନ୍ତି କଣିହାଁ ସରପଞ୍ଚ !!!

