Site icon Awaj Media

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମାତୃ ଦିବସ ଏବଂ ବାର୍ଷିକ ଉତ୍ସବ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମାତୃ ଦିବସ ଏବଂ ବାର୍ଷିକ ଉତ୍ସବ ପାଳନ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା, ଶଶିରେଖା ମିଶ୍ର, କୁମୁଦିନୀ ପାତ୍ର ଯୋଗ ଦେଇଥିବା ବେଳେ ମାତଙ୍ଗିନୀ ଗୁରୁ ସ୍ଵାଗତ ସମ୍ଭାଷଣ କରିଥିଲେ । ପରିଚୟ ପ୍ରଦାନ କରିଥିଲେ ସୁଜାତା ପଣ୍ଡିତ ।ମୁଖ୍ୟ ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ । ସଭାନେତ୍ରୀ ଡି ପ୍ରିୟଙ୍କା ଅଧ୍ୟକ୍ଷତା ଏବଂ ସମ୍ପାଦିକା ତନୁଜା ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସର ରେ ୫ଜଣ ମା ଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେମାନେ ହେଲେ ଜ୍ୟୋତ୍ସ୍ନା ପଟ୍ଟନାୟକ, ଗୌରୀ ବେହେରା, ପ୍ରଭାବତୀ ପଟ୍ଟନାୟକ, ସସ୍ମିତା ଗନ୍ତାୟତ , ମହେଶ୍ୱରୀ ମହାରଣା । ସମସ୍ତ କାର୍ଯ୍ୟକ୍ରମକୁ ଲୋକନାଥ ମିଶ୍ର, ମୁରଲୀ ପରିଛା, ନିତ୍ୟାନନ୍ଦ ଚୌଧୁରୀ, ଶାଶ୍ଵତୀ ବେବର୍ତ୍ତା, ଭି କୁରୁମୁ ନାଥମ ପରିଚାଳନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ମାନସୀ ପଣ୍ଡା, ରଞ୍ଜିତା ତ୍ରିପାଠୀ, କଳ୍ପନା ପଟ୍ଟନାୟକ, ସୁଲନା ଶୁଭଦଶିର୍ନୀ ଯୋଗ ଦେଇଥିଲେ । ହାଇସ୍କୁଲ ଓ କଲେଜ ସ୍ତରରେ ତର୍କ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ଲୋକନାଥ ମିଶ୍ର ଧନ୍ୟବାଦ ଦେଇଥିଲେ । ସତ୍ୟ ପାଢ଼ୀ, ପ୍ରଫୁଲ୍ଲ ବେବର୍ତ୍ତା , ରଚିତା ମହାନ୍ତି ପରିଚାଳନା କରିଥିଲେ । ମା ର ଭୂମିକା ସନ୍ତାନ ପାଇଁ ଯୁଗେ ଯୁଗେ ଏକ ସ୍ଵତନ୍ତ୍ର ପରିଚୟ ଆଣି ପାରିଛି । ତାର ନିସର୍ତ୍ତ ଭଲ ପାଇବା ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିଥାଏ ବୋଲି ବକ୍ତାମାନେ କହିଥିଲେ ।

Exit mobile version