Site icon Awaj Media

ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି l ଉକ୍ତ ଦିବସରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ଆମେ ସମସ୍ତେ ଏକତ୍ରିତ , ଜେଆନ ହେନରୀ ଡୁନଣ୍ଟ ପାଇଁ ସେ କେତେ ଯେ ମହାନ, କଳ୍ପନା କରିହେବ ନାହିଁ l ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ l ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁଥିଲେ l ବିଶ୍ୱଶାନ୍ତି ପାଇଁ ରେଡକ୍ରସ କାମ କରି ଆସିଛି ବୋଲି କହିଥିଲେ l ମୁଖ୍ୟ ଅତିଥି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି ଯୋଗଦେଇ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ବୋଲି କହିଥିଲେ l ରେଡ଼କ୍ରସର ଲାଇଫ ମେମ୍ବର ଭାରତ ଭୂଷଣ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରତି ବର୍ଷ ରେଡ଼କ୍ରସ ସାରା ବିଶ୍ୱରେ, ସାରା ରାଜ୍ୟରେ, ସାରା ଜିଲ୍ଲାରେ ପାଳିତ ହେଉଛି l ଆଜି ସମୟ ଆସିଛି ଏହି ରେଡକ୍ରସ ଲୋକଙ୍କ ପାଖରେ ପଞ୍ଚାଇବା ଦରକାର l ସେହିପରି ଲାଇଫ ମେମ୍ବର ବସନ୍ତ ପଣ୍ଡା, ଦିଲ୍ଲୀପ ଶତପଥୀ, ପଞ୍ଚାନନ ପାଣିଗ୍ରାହୀ,ସିଦ୍ଧାର୍ଥ ଶଙ୍କର ପାଠୀ ରେଡ଼କ୍ରସ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକଏବଂ ସମ୍ବାଦିକ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ l ଏହି ଦିବସକୁ ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା, ପ୍ରଦ୍ୟୁଷ କୁମାର ଶତପଥୀ ପରିଚାଳନା କରିଥିଲେ l

Exit mobile version