Site icon Awaj Media

ଲାଞ୍ଚ ନେଇଥିବା ରାଜସ୍ଵ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଲାଞ୍ଚ ନେଇଥିବା ରାଜସ୍ଵ ନିରୀକ୍ଷକ ଙ୍କୁ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, କିଆକଟାର ପୂର୍ବତନ ଆରଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ରେଢାଖୋଲ ଥାନା କଦଳୀଗଡ଼ର ପିଙ୍କୁ ରଞ୍ଜନ ବେହେରାଙ୍କ ଠାରୁ ଜମିର ପଟ୍ଟା କରାଇ ଦେବା ପାଇଁ ୨୦୧୫ ମସିହା ଜୁନ୍ ମାସରେ ୪ ହଜାର ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏଥିନେଇ ପିଙ୍କୁ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଶୁଭଶ୍ରୀ । ଏହି ମାମଲାର ବିଚାର ଅନୁଗୁଳ ଭିଜିଲାନ୍ସ କୋର୍ଟର ବିଚାରପତି ଦିଗାମ୍ବର ପୃଷ୍ଟି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି ଶୁଭଶ୍ରୀଙ୍କୁ ୪ ବର୍ଷ ଜେଲ ଦଣ୍ଡ ସହ ୭ ହଜାର ଟଙ୍କା ଜୋରିମାନା ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଉଦୟ ଶଙ୍କର ମିଶ୍ର ପରିଚାଳନା କରିଥିଲେ ।

Exit mobile version