ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ହେମସୁରପଡା ତଳସାହିରେ ଥିବା ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର ପାଇଁ ଉପ-ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହେମସୁରପଡା ତଳ ସାହି ତଥା ଆଖପାଖ ଅଞ୍ଚଳର ଲୋକେ ଓଷା ବ୍ରତ ପାଇଁ ଏହି ପୁରୁଣା ପୋଖରୀକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ପୋଖରୀରେ ଗଛ ଲତା ମାଡ଼ି ଯିବା ସହ ଅପରିଷ୍କାର ହୋଇ ପଡ଼ିଛି , ଏଥିସହ କିଛି ପ୍ରଭାବ ଶାଳୀ ଲୋକ ଏହାକୁ କବଜା କରିଛନ୍ତି . ଏଣୁ ପୋଖରୀକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଉପ-ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ପୋଖରୀର ପୁନରୁଦ୍ଧାର ହେଲେ ସ୍ଥାନୀୟ ଅଞ୍ଚଳ ବାସୀ ଉପକୃତ ହୋଇପାରନ୍ତେ ବୋଲି ପ୍ରକାଶ ପାଇଛି ।
ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର ପାଇଁ ଉପ-ଜିଲ୍ଲାପାଳଙ୍କୁ ନିବେଦନ !!!

