ବଳଦମରାର ମହାନଦୀ ଶଯ୍ୟାରେ ୩୦ ରୁ ଅଧିକ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ ଘଡ଼ିଆଳ କୁମ୍ଭୀର ଅଣ୍ଡା ରୁ ୩୦ ରୁ ଅଧିକ ଛୁଆ ଜନ୍ମ ନେଇଛନ୍ତି । ଘଟଣାଟି ଜଙ୍ଗଲ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତଙ୍କୁ ଯଥେଷ୍ଟ ଆନନ୍ଦ ଦେଇଛି । ଗତ ତିନି ଦଶନ୍ଧି ମଧ୍ୟରେ ଦ୍ଵିତୀୟ ଥର ପାଇଁ ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଏଭଳି ଶାବକ ଜନ୍ମ ନେଇଛନ୍ତି । ଗତ ବର୍ଷ ମଧ୍ୟ କୁମ୍ଭୀର ଶାବକ ଜନ୍ମ କରିଥିଲେ ମଧ୍ୟ ମହାନଦୀରେ ବନ୍ୟା ଜଳ ଆସିବାରୁ ତିନି ଚାରି ଟିକୁ ଛାଡିଦେଲେ ଅନ୍ୟମାନେ ତଳ ମୁଣ୍ଡକୁ ଭାସି ଯାଇଥିଲେ । ଉଦ୍ଧାର କରାଯାଇଥିବା ଶାବକ ମାନଙ୍କୁ ପରେ ନନ୍ଦନକାନନରେ ଛଡ଼ା ଯାଇଥିଲା । ଏଣୁ ଚଳିତ ଥର ଜଙ୍ଗଲ ବିଭାଗ ଅଧିକ ସତର୍କ ହୋଇ କୁମ୍ଭୀର ଛୁଆ ଙ୍କ ପାଇଁ ସୁରକ୍ଷିତ ସ୍ଥାନ ବାଛିବା ସହ ଅଣ୍ଡା ଦେବା ସ୍ଥାନ ଆଖ ପାଖରେ ପ୍ୟାନ କ୍ୟାମେରା ଲଗାଇଥିଲା । ଏବେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ମା’ ଓ ଶାବକ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

 

Leave a Reply

Your email address will not be published. Required fields are marked *