Site icon Awaj Media

ବିଦ୍ୟୁତ ସର୍ଟ ସର୍କିଟରେ ଜଳିଗଲା ୪ ବଖରା ଚାଳଘର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁରେ ବୁଧବାର ସକାଳେ ବିଦ୍ୟୁତ ସର୍ଟ ସର୍କିଟରେ ୪ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଯେ, ବୁଧବାର ଭୋର ସମୟରେ କୁମୁରୁସିଂହା ଗାଁ ହରିଜନ ସାହିର ଶ୍ରୀକାନ୍ତ ନାଏକଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା । ଏହି ନିଆଁ କ୍ରମେ ପାଖରେ ଥିବା ସୁଶାନ୍ତ ନାଏକ, ଟୁକୁ ନାଏକ ଓ ବିଟ ନାଏକଙ୍କ ଘରକୁ ବ୍ୟାପିଥିଲା । ଫଳରେ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇ ଅନେକ ଆସବାବପତ୍ର ସହ ଧାନ ଓ ଚାଉଳ ପୋଡ଼ି ଯାଇଛି । ଖବର ପାଇ ଅନୁଗୁଳ ଅଗ୍ନିଶମ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Exit mobile version