Site icon Awaj Media

ପାରଳାରେ ଶ୍ରୀ ମୁତ୍ୟାଲୁ ମା ‘ଙ୍କ ଘଟଯାତ୍ରା ଉତ୍ସବ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାର୍ଡ ନମ୍ବର ୨ ରେ ଶ୍ରୀ ମୁତ୍ୟାଲୁ ମା ଙ୍କ ଘଟଯାତ୍ରା ପର୍ବ ପାଳିତ ହୋଇ ଯାଇଛି । ଏହି ପର୍ବ ଚଳିତ 9 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତିଦିନ ସନ୍ଧ୍ୟା 7 ଟା ରୁ 11 ଟା ପର୍ଯ୍ୟନ୍ତ ମାଆଙ୍କ ଘଟ ନଗର ପରିକ୍ରମା ସହ ସଂସ୍କୃତିକ କାର୍ଯ୍ୟକ୍ରମ ରହୁଛି । ଶ୍ରୀ ଶ୍ରୀ ମୁତ୍ୟାଲୁ ମାଆ ପୂଜା କମିଟିର ସମ୍ପାଦକ ମାଧବ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି , ଏହି ପୂଜା ବହୁ ପୁରାତନ ପୂଜା ଆମ ଜାଣତରେ ଆମ ପୂର୍ବ ପୁରୁଷ ମାନେ କରୁଥିଲେ ଏହାର ପରମ୍ପରାକୁ ରକ୍ଷା କରିବା ପାଇଁ ଏହି ପୂଜା ପ୍ରତି 5 ବର୍ଷକୁ ଥରେ ହୁଏ କିନ୍ତୁ କୋଭିଡ ଯୋଗୁଁ ଏହା ହୋଇପାରି ନଥିଲା । ବର୍ତ୍ତମାନ 7 ବର୍ଷ ପରେ ହେଇଛି । ଭାଇଚାରା ସୃଷ୍ଟି କରିବା ପାଇଁ, ଅଧ୍ୟାତ୍ମିକ ସୃଷ୍ଟି କରିବା ପାଇଁ ଓ ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ମାଆଙ୍କ ଆଶୀର୍ବାଦ ନେଇ ଆଗକୁ ଠିକ ସେ ବଢିବା ପାଇଁ ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ଓ ମାଆଙ୍କ ଠାରୁ ଭଲ ବୁଦ୍ଧି ମାଆ ଙ୍କ ଶକ୍ତି ଆମ ମାନଙ୍କ ପାଖକୁ ଆସୁ ଏହା ହେଉଛି ଏହି ପୂଜାର ମୂଳ ଲକ୍ଷ୍ୟ । ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକ ଆସି ମାଆ ଙ୍କ ଆଶୀର୍ବାଦ ନେଇ ଯାଉଥିବାର ଦେଖିବାକୁ ମିଳିଛି । ଆଲୋକ ସଜ୍ଜା ରେ ସହର ଝଲସି ଉଠୁଛି । କମିଟି ପକ୍ଷରୁ ମାଆ ଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳା ରେ ପାଳିତ ହେଉଥିବା ଦେଖିବାକୁ ମିଳିଛି ।

Exit mobile version