Site icon Awaj Media

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ୍ରାଫ ଟିମ୍‌ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଆଜି ଗୋଷାଣୀ ଠାରେ ମୁତୟନ ହୋଇ ଥିବା ଓଡ୍ରାଫ ଟିମର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଓଡ୍ରାଫ ଟିମ୍ ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମୁତୟନ ହୋଇ ରହିଛନ୍ତି । ଏମାନେ ଜରୁରୀ କାଳୀନ ପରିସ୍ଥିତିରେ ଘଟଣାସ୍ଥଳକୁ ତୁରନ୍ତ ଯିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏମାନଙ୍କ ପୂର୍ବ ପ୍ରସ୍ତୁତିକୁ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ସମୀକ୍ଷା କରିବା ସହ ଏନେଇ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି । ଓଡ୍ରାଫ ଟିମ୍ ମଧ୍ୟ ବେଶ ସଜାଗ ହୋଇ ସମସ୍ତ ପ୍ରସ୍ତୁତିକୁ ଶେଷ କରି ଆବଶ୍ୟକୀୟ ଉପକରଣ ତଥା ସରଞ୍ଜାମ ଗୁଡିକୁ ଆଗୁଆ ପରୀକ୍ଷଣ କରି ପ୍ରସ୍ତୁତ ରଖି ଥିବାର ଜଣାପଡିଛି ।

Exit mobile version