Site icon Awaj Media

ଓଏସ୍ଇଏଫଡ଼ି ସଂଘ ତରଫରୁ ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଙ୍କୁ ଧନ୍ୟବାଦ ଅର୍ପଣ !!!

Spread the love

ବଲାଙ୍ଗୀର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ଙ୍କ ଶିକ୍ଷା ପାଇଁ ଚେଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ବଲାଙ୍ଗୀର ଜିଲ୍ଲା ସଂଘ ର କର୍ମକର୍ତ୍ତା ଗଣ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଙ୍କୁ ସାକ୍ଷାତ କରି ଅନୁରୋଧ ପତ୍ର ଦେଇଥିଲେ । ସେହି ଚିଠି କୁ ଆଧାର କରି ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଓଡ଼ିଶା ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚ଼ିବ ଏବଂ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ର ସଚ଼ିବ ଙ୍କୁ ଚ଼ିଠି କରିଛନ୍ତି ।ଏହି ପରିପ୍ରେକ୍ଷୀ ରେ ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଙ୍କୁ ସଂଘ ତରଫରୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Exit mobile version