Site icon Awaj Media

ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’ ପକ୍ଷରୁ ଗରିବ ପରିବାର କୁ ରାସନ ସାମଗ୍ରୀ ଯୋଗାଣ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’ ପକ୍ଷରୁ ଏକ ଗରିବ ପରିବାର କୁ ମାସକର ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ସ୍ଥାନୀୟ ପରଙ୍ଗ ଗାଁ ‘ର ଅତି ଗରିବ ଦୃଷ୍ଟିହୀନ ବଳରାମ ନାୟକଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ, ଏହି ପରିବାରରେ କେହି ରୋଜଗାରକ୍ଷମ ବ୍ୟକ୍ତି ନଥିବାରୁ ବଳରାମ, ପତ୍ନୀ ନୁରୀ ଓ ଦୁଇ ନାବାଳକ ନାତି ଅତି ଦୁଃଖ କଷ୍ଟରେ ଚଳୁଛନ୍ତି । ବୋହୂର ମୃତ୍ୟୁ ପରେ ଏକମାତ୍ର ପୁଅ ଘରକୁ ଠିକ ଭାବେ ଯିବା ଆସିବା କରୁ ନାହିଁ କି ପଇସା ପତ୍ର ବି ଦେଉନାହିଁ । ଏଣୁ ଦୁଇ ନାତିଙ୍କୁ କେମିତି ପାଠ ପଢ଼ାଇ ମଣିଷ କରିବେ, ସେଇ ଚିନ୍ତାରେ ଅଛନ୍ତି ବଳରାମ । ଏଥିପାଇଁ ସେ ସାଧାରଣ ଜନତାଙ୍କ ସହାୟତା ଲୋଡ଼ିଛନ୍ତି । ବଳରାମଙ୍କ ଏହି ସମସ୍ୟାକୁ ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’ ପକ୍ଷରୁ ତାଙ୍କୁ ଏକ ମାସର ଅତ୍ୟାବଶ୍ୟକ ରାସନ ସାମଗ୍ରୀ ସହାୟତା କରାଯାଇଛି । ଏହି ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ବଳରାମ ଓ ତାଙ୍କ ପରିବାର ।

 

Exit mobile version