ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବାରଗୌଣିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବାରୁ ଗ୍ରାମବାସୀ ଅସନ୍ତୋଷ ଜାହିର କରିଛନ୍ତି । ମୋ ସ୍କୁଲ୍ ଅଭିଯାନରେ ଆସିଥିବା ୪୧ ଲକ୍ଷ ୬୭ ହଜାର ୨୨ ଟଙ୍କାରେ ଏହି ଗୃହ ନିର୍ମାଣ ହେଉଛି । ଏହି କାମ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର ହେଉଥିବା ଦେଖା ଦେଇଛି । ଏହି ସ୍କୁଲର ପିଲର ଠିକ୍ ଲେବୁଲ ଓ ମାପରେ ହୋଇନାହିଁ । ନୂଆ ପିଲର ର ସେଣ୍ଟ୍ରିଙ୍ଗ ଦେଇ ପିଲର କରିବା କଥା, କିନ୍ତୁ ଏଠି ଇଟା ଦେଇ ନୂତନ ପିଲର ତିଆରି କରାଯାଉଛି । ଯାହା ଦେଖିବା ପରେ ଗାଁ ଲୋକେ ଆଜି କାମ ବନ୍ଦ କରିଛନ୍ତି । ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏଠାରେ ସ୍କୁଲ କାମ ମନ ଇଚ୍ଛା କରାଯାଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।