Site icon Awaj Media

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସମସ୍ତ କର୍ମକର୍ତ୍ତା ବର୍ଗ କଟକର ନୂତନ ଡିସିପି ପିନାକ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଘର ଉପ ସଭାପତି ବଦ୍ରୀ ନାରାୟଣ ଦାସ, ସମ୍ପାଦକ ଶିଶିର ଲେଙ୍କା, ସହ ସମ୍ପାଦକ ଗଗନ ବିହାରୀ ପରିଡ଼ା, ହିରାଲାଲ ପଣ୍ଡା, ଚକ୍ରବର୍ତ୍ତୀ ଓତା, କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ, ସିଟୁ ନେତା ରବି ମଲ୍ଲିକ, ମନମୋହନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବାଦାମବାଡି ବସଷ୍ଟାଣ୍ଡରେ ବସ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ସହ ଆଲୋଚନା ହୋଇଥିଲା ଏବଂ ଡିସିପି ମହୋଦୟ ସମସ୍ୟା ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Exit mobile version