Site icon Awaj Media

ସମୂହ ଶିଳା ସ୍ଥାପନ ଉତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣ ଚାଲିଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ସମୂହ ଶିଳା ସ୍ଥାପନ ଉତ୍ସବର ଦ୍ୱିତୀୟ ଦିନରେ ଯୋଗଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ . ପ୍ରଥମେ ଠାକୁରଙ୍କ ଦର୍ଶନ କରିବା ପରେ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ । ଏହି ଶିଳାନ୍ୟାସ ଉତ୍ସବ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ହେବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଶିଳା ସ୍ଥାପନ କରିଥିଲେ । ପ୍ରଥମ ଦିନରେ ପାରଳା ରାଜଜେମା କଲ୍ୟାଣି ଗଜପତିଙ୍କ ନେତୃତ୍ୱରେ ହୋଇଥିବା ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ସାମିଲ ହୋଇଛି । ଏହି ଉତ୍ସବରେ ପ୍ରଥମ ଦିନ ଓ ଦ୍ୱିତୀୟ ଦିନରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଯାଜପୁର ଓ କେରାଣ୍ଡୀ ଗ୍ରାମରୁ ଶ୍ରଦ୍ଧାଳୁ ମାନେ ବିରାଟ ପଟୁଆରରେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ସନ୍ଧ୍ୟା ସମୟରେ ଭକ୍ତଙ୍କ ସମାଗମ ଓ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଭକ୍ତଙ୍କ ମିଳିତ ଉଦ୍ୟମରେ ଶିଳା ସ୍ଥାପନ ଉତ୍ସବ ଅନୁଷ୍ଠିତ ଜାରି ରହିଛି ।

Exit mobile version