Site icon Awaj Media

ଭୁସୁଡ଼ି ପଡ଼ିଲା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାଟକ ଉପରେ ଥିବା ଛାତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଉପରେ ଥିବା ଏକ ଛାତ ରବିବାର ଅପରାହ୍ନରେ ଭୁଷୁଡ଼ି ପଡ଼ିଛି । ଜନଗହଳି ପୂର୍ଣ୍ଣ ଏହି ଫାଟକ ଦେଇ ସେତେବେଳେ କୌଣସି ରୋଗୀ କିମ୍ବା ସମ୍ପର୍କୀୟ ଯାତାୟାତ କରୁ ନଥିଲେ । ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଜନସାଧାରଣ । ସୂଚନା ମୁତାବକ, ପ୍ରାୟ ଚାଳିଶ ବର୍ଷ ତଳେ ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ସେତେବେଳର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଂଜୀବନି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା । ଯାହାକୁ ସେତେବେଳେ କେତେକ ବୁଦ୍ଧିଜୀବୀ ବିରୋଧ କରିଥିଲେ । ତେବେ କାହାର କଥାକୁ ନ ଶୁଣି ପରିଷଦ ତରଫରୁ ଏହି ନିର୍ମାଣ କରାଯାଇଥିଲା । ପରବର୍ତ୍ତି ସମୟରେ ତାହାର ମରାମତି କରାଗଲା ନାହିଁକି ତା ଉପରେ ଥିବା ଦୋକାନ ଘର ବେଆଇନ ଭାବେ ସମ୍ପ୍ରସାରିତ ହେଲା । ଫଳରେ ଦୀର୍ଘ ଦିନ ଧରି ମରାମତି ନହେବା ଓ ଏଥିପ୍ରତି କେହି ଗୁରୁତ୍ବ ନଦେବାରୁ ଏଭଳି ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଚିକିତ୍ସାଳୟର ମୁଖ୍ୟ ଫାଟକକୁ ବର୍ତ୍ତମାନ ସ୍ବାସ୍ଥ୍ୟ ପ୍ରଶାସନ ବନ୍ଦ କରିଦେଇଛି ।

 

Exit mobile version