Site icon Awaj Media

ବାଣପୁର ଓକିଲ ସଂଘ ପକ୍ଷରୁ ବିଚାରପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକସଭା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଚାରପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଜି ବାଣପୁର ବାର ହଲ ପରିସରରେ ଉକ୍ତ ଶୋକସଭା ଅନୁଷ୍ଠିତ ହୋଇଥିଲା । ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ସଭ୍ୟମାନେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳଙ୍କ ସମେତ ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଶରତ କୁମାର ପଟ୍ଟନାୟକ, ରବିନ୍ଦ୍ରନାଥ ମାନସିଂହ, ଜଗଦୀଶ ପଟ୍ଟନାୟକ, ବିପ୍ଳବ ମୁଦୁଲି ଇତ୍ୟାଦି ସ୍ଵର୍ଗତ ମିଶ୍ରଙ୍କ କାର୍ଯ୍ୟାଧାରା ଓ ବହୁ ମୂଲ୍ୟବାନ ସିଦ୍ଧାନ୍ତ ତଥା ତାଙ୍କର ଅମାୟିକ ବ୍ୟବହାର ଆଦି ବିଭିନ୍ନ ଦିଗରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ । ଉକ୍ତ ସଭାକୁ ଆଇନଜୀବୀ ରଞ୍ଜନ କୁମାର ସଂଯୋଜନା କରିଥିଲେ ।

Exit mobile version