Site icon Awaj Media

ପୁରୀ ଜିଲ୍ଲା ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ସଂଘ ବୈଠକ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ଙ୍କ ଶିକ୍ଷାର ବିକାଶ ନିମନ୍ତେ ପ୍ରୟାସ କରୁଥିବା ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ( ଓଏସ୍ଇଏଫଡ଼ି ) ପୁରୀ ଜିଲ୍ଲା ସଂଘ ପକ୍ଷ ରୁ କଣାସ ଗଡ଼ସାହି ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଏବଂ ମାନ୍ୟବର ସୁପ୍ରିମକୋର୍ଟ ‌ଙ୍କ ନିର୍ଦ୍ଦେଶ କୁ ପାଳନ ଦିଗରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ ଆଲୋଚନା ହୋଇଥିଲା . ଜିଲ୍ଲା ର ସମସ୍ତ ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଂଘ ର ସଦସ୍ୟତା ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ସଂଘ ର ରାଜ୍ୟ ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, ଜିଲ୍ଲାର ଉପସଭାପତି ଚିନ୍ମୟ ପ୍ରସାଦ ପାଢ଼ୀ, ସଂଯୋଜକ ସତ୍ୟପ୍ରିୟ ରାଉତରାୟ, ସଂଗଠକ ଦେବୀପ୍ରସନ୍ନ ସାମନ୍ତସିଂହାର, ନୀଳମାଧବ ବାହୁବଳେନ୍ଦ୍ର ଙ୍କ ସହ ରାଜ୍ୟ ସଂଘ ର ସଂଗଠକ ଦେବାଶିଷ ପତି, ଝାସକେତନ ପ୍ରଧାନ, ଅଶ୍ଵିନୀ ମୁଦୁଲି ଏବଂ ସୁଶିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version