Site icon Awaj Media

ବାଲୁଗାଁ ବଡ଼କୂଳ ଓଡ଼ିଆ ଆର୍ଟ ସେଣ୍ଟରରେ ବିଶ୍ଵ ମ୍ୟୁଜିୟମ ଦିବସ ପାଳିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବଡ଼କୂଳ ଓଡ଼ିଆ ଆର୍ଟ ସେଣ୍ଟର ଓ ପୂର୍ତ୍ତାସା ମ୍ୟୁଜିୟମରେ ସାତଦିନ ବ୍ୟାପି ମ୍ୟୁଜିୟମ ଦିବସ ପାଳିତ ହେଉଛି । ଗତକାଲି ବିଶ୍ଵ ମ୍ୟୁଜିୟମ ଦିବସ ହୋଇଥିବାରୁ ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କ ତରଫରୁ ମ୍ୟୁଜିୟମରେ କୌଣସି ଏସି ଫି ରଖାଯିବ ନାହିଁ । କଲି ସମ୍ପୂର୍ଣ୍ଣ ମାଗଣାରେ ମ୍ୟୁଜିୟମ ପରିଦର୍ଶନ କରିପାରିବେ ଦର୍ଶକ । ପ୍ରଥମ ଦିନ ଆଜାଦିକା ମହୋତ୍ସବ ପାଳିତ ହୋଇଥିଲା . ଏହାକୁ ଓଡ଼ିଆ ଆର୍ଟର ଫାଉଣ୍ଡର ପ୍ରସନ୍ନ କୁମାର ଦାସ, ମାନସ ରଞ୍ଜନ ପଟ୍ଟନାୟକ ପ୍ରଦୀପ ପଜ୍ଳଳନ କରି ଉଦଘାଟନ କରିଥିଲେ । ଦ୍ୱିତୀୟ ଦିନ ଇଣ୍ଡିୟାନ୍ ଟୁରିଜିମ୍ ତରଫରୁ ଭ୍ରମଣକାରୀ ମାନଙ୍କୁ ଆହୁରି ସୁବିଧା ସୁଯୋଗ ସହ ଦର୍ଶନୀୟ ସ୍ଥାନର ମାନ୍ୟତା ବଢ଼ାଇବା ପାଇଁ ସମସ୍ତ ହିତ ଉପଦେଶ ଦେବା ସଙ୍ଗେ ସଙ୍ଗେ ରିଜୋନାଲ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ରଶ୍ମି ସୋନିଆ ତିର୍କୀ ମହଦୋୟା କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ନେଇ କର୍ମଶାଳା ବୁଲେଇଥିଲେ । ତୃତୀୟ ଦିନରେ ପ୍ରଫେସର ରାଜାରାମ ମୋହନ ମହାନ୍ତି (ଆଇଆଇଟି ମୁମ୍ବାଇ)ଙ୍କ ଦ୍ଵାରା ସେରାମିଳ କର୍ମଶାଳା କୁ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଏହାର ପ୍ରଚାର ପ୍ରସାର ଉପରେ ମନ୍ତବ୍ୟ ପ୍ରଧାନ କରିଥିଲେ । ଚତୁର୍ଥ ଏବଂ ପଞ୍ଚମ ଦିନ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ କର୍ମଶାଳା କରାଯାଇଥିଲା , ଏହାକୁ ରଶ୍ମିରଞ୍ଜନ ଆଚାର୍ଯ୍ୟ, ସଞ୍ଜୀବ ସାହା ଓ ଶୁଭମ ରାୟ ପରିଚାଳନା କରିଥିଲେ । ଶେଷଦିନ ମ୍ୟୁଜିୟମ ଦିବସରେ ପ୍ରଫେସର ଜିତୁ ମିଶ୍ର (କଳା ସଂସ୍କୃତି ବିଶେଷଜ୍ଞ) ଓ କାର୍ଯ୍ୟରତ ମୋହନ ଚୌଧୁରି (ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନ୍ୟବ ସଂଗ୍ରାଳୟର ନିର୍ଦ୍ଦେଶକ)ଙ୍କ ଦ୍ଵାରା ପଦଯାତ୍ରା ପାରମ୍ପରିକ କାଠ ଖୋଦେଇ କାମର ପ୍ରଦର୍ଶନ ପ୍ରଭୃତି ରଖାଯାଇଛି । ଏହାକୁ ସ୍ୱଚାର ରୂପେ ମ୍ୟୁଜିୟମରେ କାର୍ଯ୍ୟରତ ଶୁଭଶ୍ରୀ ଜେନା, ସୁମତି ମଲିକ, ଶ୍ରଦ୍ଧାଞ୍ଜଳି ବେହେରା ଏବଂ ସାଂସ୍କୃତିକ ପରିଚାଳକ ସୁଶାନ୍ତ କୁମାର ଦାସ କାର୍ଯ୍ୟରେ ଯୋଗଦାନ ଦେଇଥିଲେ ।

Exit mobile version