Site icon Awaj Media

ଅନ୍ତର୍ଜାତୀୟ ଯୋଗ ଦିବସ ର ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଆରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ର ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଯେମିତି କି ସମସ୍ତ ଙ୍କୁ ଅବଗତ ଅଛି ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । କିନ୍ତୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ୱାରା ଏକ ନିଆରା ପ୍ରୟାସ ଯେ ସାରା ଭାରତରେ ଆଜି ଠାରୁ ମଇ 15 ଠାରୁ ଯୋଗ ଅଭ୍ୟାସ କରାଯିବ ସମସ୍ତ ଜିଲ୍ଲାରେ ଏବଂ ଶେଷ ଦିନ ଜୁନ ୨୧ ରେ ଯୋଗ କାର୍ଯ୍ୟକ୍ରମ କରାଯିବ । ପ୍ରତ୍ୟେକ ଜିଲ୍ଲା ରେ ସେହି ଉପଲକ୍ଷେ ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାଶୀ ନଗର, ରାୟଗଡ ଏବଂ ଗୁମ୍ମାରେ ନେହେରୁ ଯୁବ କେନ୍ଦ୍ର ର ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ନେହେରୁ ଯୁବ କେନ୍ଦ୍ରରେ ଜଡ଼ିତ ଯୁବକ ସଙ୍ଘ ମାନଙ୍କ ଦ୍ୱାରା କାଶୀ ନଗର, ରାୟଗଡ,ଗୁମ୍ମା ବ୍ଳକ ର ମୁଖ୍ୟ ପଞ୍ଚାୟତ ଓ ଗ୍ରାମ ମାନଙ୍କ ମଧ୍ୟରେ ଏହି ଯୋଗ କାର୍ଯ୍ୟକ୍ରମ ଗୁଡିକ ଚାଲିଛି । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଵିଜୟ କୁମାର ମହାପାତ୍ର ପାଇଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଟି ଆଜି ଠାରୁ ଆରମ୍ଭ ହୋଇ ଜୁନ ୨୧ ପର୍ଯ୍ୟନ୍ତ ଚାଲୁରହିବ ଏବଂ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Exit mobile version