Site icon Awaj Media

ଶ୍ରୀ ନୀଳମଣି ଦୁର୍ଗା ଠାକୁରାଣୀ ଯାତ୍ରା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପାଡାଲ ସାହି ଠାରେ ଶ୍ରୀ ନୀଳମଣି ଦୁର୍ଗା ମାଆ ଠାକୁରାଣୀ ଯାତ୍ରା 15,16 ଓ 17 ତିନି ଦିନ ଧରି ଅନୁଷ୍ଠିତ ହେବ । ମାଆ ଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟା ସମୟରେ ମାଆଙ୍କ ଘଟ ପରିକ୍ରମା କରାଯାଉଛି । ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତ ମାନେ ମାଆଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି । ଏହି ପୂଜା ପ୍ରତି ତିନି ବର୍ଷରେ ଥରେ ବହୁ ଯାକ ଯମକରେ କରାଯାଇଥାଏ । କରୋନା କଟକଣା ଯୋଗୁଁ ଏହି ପୂଜା ହୋଇପାରି ନଥିଲା । ଏହି ପୂଜା ଏବର୍ଷ ଧୁମଧାମରେ କମିଟି ର ମୁଖ୍ୟ ଆର ଆର ରବିବାବୁ ଓ ସାହି ଲୋକଙ୍କ ସହଯୋଗରେ ପାଳନ କରାଯାଉଥିବା ଜଣା ପଡ଼ିଛି । ଆଲୋକ ସଜ୍ଜାରେ ପାଡାଲ ସାହି ଝଲସି ଉଠୁଛି । ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Exit mobile version