Site icon Awaj Media

ନୂଆଦିଲ୍ଲୀରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିଏବିକାନନ୍ଦ ବେହେରା : ପାରାଳାଖେମୁଣ୍ଡିର ଅବସର ପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଛି । ନୂଆଦିଲ୍ଲୀର କରୋଲବାଗ ସ୍ଥିତ ମେଟ୍ରୋଭ୍ୟୁ ହୋଟେଲ ପରିସରରେ ଗତ ୧୧ ତାରିଖ ଦିନ ଏକ ବର୍ଣ୍ଣଢ୍ୟ ସମାବେଶରେ ଆଚାର୍ଯ୍ୟ ଶ୍ରୀ ଜେନାଙ୍କୁ ମୁମ୍ବାଇ ସ୍ଥିତ ମନୁଷ୍ୟ ବଲ ବିକାଶ ଲୋକସେବା ଏକାଡେମୀ ଟ୍ରଷ୍ଟ (ଏମଭିଏଲଏ ) ପକ୍ଷରୁ ଏହି ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ଗ୍ଲୋବାଲ ଏଚିଭର୍ସ ଗ୍ଳୋରୀ ଆଇ-କନ ଏୱାର୍ଡ- ୨୦୨୨ ଭାରତୀୟ ଜ୍ୟୋତି ପ୍ରତିଭା ସମ୍ମାନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ବିଶିଷ୍ଠ ସମାଜସେଵୀ ପଦ୍ମଶ୍ରୀ ଡ: ବିଜୟ କୁମାର ଶାହ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଚାର୍ଯ୍ୟ ଶ୍ରୀ ଜେନାଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛ , ମାନପତ୍ର ଓ ପଦକ ଦେଇ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ଦେଇ ସମ୍ଭର୍ଦ୍ଧିତ କରିଥିଲେ । ଏହି ସମ୍ଭର୍ଦ୍ଧନା ପର୍ବ କାର୍ଯ୍ୟକ୍ରମ ବେଳେ ଅନ୍ୟମାନଙ୍କ ମଧ୍ୟରେ ଏମଭିଏଲଏ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଏଡ଼ଭୋ: ଶ୍ରୀ କ୍ରିଷ୍ଣାଜୀ ଜଗଡାଲୀ ଏବଂ ସମ୍ମିଳନୀ ସମାବେଶ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ମନୀଷା କାନ୍ତମ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ । ଆଚାର୍ଯ୍ୟ ଶ୍ରୀ ଜେନା ଜଣେ ବିଶିଷ୍ଠ ଶିକ୍ଷାବିତ ହୋଇ ଚାକିରୀ ଜୀବନରୁ ଅବସର ନେବା ପରେ ମଧ୍ୟ ସେ ପାରଳା ସହର ସମେତ ସମଗ୍ର ଗଜପତି ଜିଲ୍ଲାରେ ବିଭିନ୍ନ ଶୈକ୍ଷିକ , ସାମାଜିକ , ସାଂସ୍କୃତିକ , ବିଜ୍ଞାନ , ସାହିତ୍ୟ ଓ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମାଜ ପାଇଁ ନିଜର ଅବସର ଜୀବନକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରି ବିଭିନ୍ନ ସେବାମୂଳକ କାର୍ଯ୍ୟ କରି ଆସୁଥିବା ସହ କୋଭିଡ ସମୟ କାଳ ମଧ୍ୟରେ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରଳ ବିଜ୍ଞାନ ପରୀକ୍ଷା ପ୍ରଦର୍ଶିତ କରାଇ ସାମାଜିକ ଗଣମାଧ୍ୟମରେ ଖୁବ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଅନ୍ୟପକ୍ଷରେ ବିଭିନ୍ନ କ୍ଷେତ୍ରରେ ତାଙ୍କର ଉତ୍ତମ କାର୍ଯ୍ୟ , ଆସାଧାରଣ ଭୂମିକା , ଦକ୍ଷତା ବିକାଶକୁ ବଜାୟ ରଖିବା , ପ୍ରଶଂସନୀୟ ଗୁଣ ଓ ଦୁରଦୃଷ୍ଟି ସମ୍ପନ୍ନ ସେବା ସାଙ୍ଗକୁ ତାଙ୍କର ପଥ ପ୍ରଦର୍ଶକ ବ୍ୟକ୍ତିତ୍ୱ ପ୍ରଭୃତିର କୃତିତ୍ୱ ଓ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଶ୍ରୀ ଜେନାଙ୍କୁ ଏହି ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ଆଚାର୍ଯ୍ୟ ଶ୍ରୀ ଜେନାଙ୍କ ଏଭଳି କୃତିତ୍ୱ ଓ ସଫଳତା ଯୋଗୁଁ ତାଙ୍କୁ ପାରଳା ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ତାଙ୍କ ପ୍ରତି ଅଭିନନ୍ଦନ ଓ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Exit mobile version