Site icon Awaj Media

ମେସର୍ସ ଫେରୋ ଆଲଏଜ୍ ପକ୍ଷରୁ କଲରଙ୍ଗିଅତ୍ତା ଠାରେ ଜନ ଶୁଣାଣୀ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ , କଳିଙ୍ଗନଗର ଅତିରିକ୍ତ ଜିଲ୍ଲପାଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତରେ ମେସର୍ସ ଫେରୋ ଆଲଏଜ୍ ପକ୍ଷରୁ କଲରଙ୍ଗିଅତ୍ତା ଠାରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି . କଲରଙ୍ଗିଅତ୍ତା ଠାରେ 23.80 ହେକ୍ଟର ପରିମିତ ଅଞ୍ଚଳରେ କ୍ରୋମାଇଟ ଖଣିରୁ ବାର୍ଷିକ ସର୍ବାଧିକ 0.438 ନିୟୁତ ଘନ ମିଟର କ୍ରୋମାଇଟ ମାଲ ଉତ୍ତୋଳନ କରି ବାର୍ଷିକ ସର୍ବାଧିକ 0.05 ଏମଟିପିଏ ରୁ 0.15 ଏମଟିପିଏ କୁ ବୃଦ୍ଧି କରିବା ନିମନ୍ତେ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ମଙ୍ଗଳବାର ଦିନ କଲରଙ୍ଗିଅତ୍ତା ଠାରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଜନ ଶୁଣାଣିରେ ମେସର୍ସ ଫେରୋ ଆଲଏଜ୍ଆ କୁ ସ୍ଥାନୀୟ ଜନ ସାଧାରଣଙ୍କର ବିପୁଳ ସମର୍ଥନ କରିଥିବା ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କମ୍ପାନୀ ତରଫରୁ ଶିକ୍ଷା, ପରିବେଶ ପ୍ରଦୂଷଣ ପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ରହିଥିବା ଦେଖିବାକୁ ମିଳିଥିଲା ।

Exit mobile version