ପ୍ରଭୁ ଶ୍ରୀ ଶ୍ରୀ ରାଘବେଦ୍ର ସ୍ଵାମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଘଣ୍ଟାଳୋ କ୍ଷତ୍ରିୟ ସାହି ରେ ଶ୍ରୀ ଶ୍ରୀ ରାଘବେଦ୍ର ସ୍ୱାମୀ ଙ୍କ ନୂତନ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧୧ ତାରିଖ ବୁଧବାର ଠାରୁ ୧୪ ତାରାଖ ଶନିବାର ଦିନ ପର୍ଯ୍ୟନ୍ତ ମହା ସମାରୋହରେ ପୂର୍ଣ୍ଣ ଆହୁତି ସମ୍ପନ୍ନ ହୋଇଛି । ଏହି ଅବସରରେ ୧୧ ତାରିଖ ବୁଧବାର ଦଶମୀ ତିଥିରେ ତରତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ନୂତନ ବିଗ୍ରହ ମାନଙ୍କୁ ବିରାଟ ଶୋଭାଯାତ୍ରାରେ ଘଣ୍ଟାଳୋ ସ୍ଥିତ କ୍ଷତ୍ରିୟ ସାହି ନୂତନ ମନ୍ଦିର କୁ ନିଆଯାଇଥିଲା । ଏହାପରେ ଏକାଦଶୀ ତିଥି ଗୁରୁବାର ସକାଳୁ ଲୁଣା ନଦୀ ମଙ୍ଗଳା ଘାଟରୁ ମହାଯଜ୍ଞ ଓ ଘଟ ପ୍ରତିଷ୍ଠା ନିମନ୍ତେ କଳସ ଶୋଭାଯାତ୍ରା ରେ ଯାଇ ଯଜ୍ଞ ମଣ୍ଡପ ରେ ପହଞ୍ଚି ଥିଲା . ସେଠାରେ ଜଳାଧିବାସ, ସୂର୍ଯ୍ୟପୂଜା, ଗୋପୂଜା ଏବଂ ଦେବତା ଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିଲା । ପ୍ରତ୍ୟେକ ଦିନ ସଂଧ୍ୟା ରେ ଏହି ଆଧ୍ୟାତ୍ମିକ ବିଶ୍ଵଶାନ୍ତି ମହାଯଜ୍ଞ ରେ ସନ୍ଥ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସନ୍ଥମାନେ ଭାଗବତ ନାମ ଚର୍ଚ୍ଚା କରିଥିଲେ । ସନ୍ଥ ସମ୍ମିଳନୀ ରେ ଅସୀମାନନ୍ଦ ମିଶନର ର ସ୍ଵାମୀ ଅସୀମାନନ୍ଦ ସରସ୍ୱତୀ, ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବେଦାନ୍ତ ଗୁରୁକୁଳମ୍ ସ୍ଵାମୀ ଭାଗବତାନନ୍ଦ ସରସ୍ଵତୀ, ଚିନ୍ମୟ ମିଶନ ର ସ୍ବାମୀ ଓଁକାରନନ୍ଦ ସରସ୍ଵତୀ, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ, ରାମ ସା‌ହିତ୍ୟ ଗବେଷିକା ଅଧ୍ୟାପିକା ମନସ୍ଵିନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଳୁ ଙ୍କୁ ଭଗବାନ ଙ୍କ ବାଣୀ ପ୍ରଦାନ କରିଥିଲେ । ଏହି ବିଶ୍ଵଶାନ୍ତି ମହାଯଜ୍ଞ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବାକୁ ପ୍ରବଳ ଶ୍ରଦ୍ଧାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା । ଶନିବାର ସଂଧ୍ୟାରେ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣ ଆହୁତି ହୋଇଥିଲା । ଏହି ମହାନ୍ ଆଧ୍ୟାତ୍ମିକ କାର୍ଯ୍ୟରେ ଶ୍ରୀ ଶ୍ରୀ ରାଘବଦ୍ର ସ୍ବାମୀ ମନ୍ଦିର ପରିଚାଳନା ପରିଷଦ ର କର୍ମକର୍ତ୍ତା ଏବଂ ଗ୍ରାମବାସୀ ବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *