Site icon Awaj Media

ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବସ ଷ୍ଟାଣ୍ଡ, ବଜାର, ଅମଲାପଡ଼ା ତଥା ଏହାର ଆଖପାଖ ରେ ଖୋଲିଥିବା ଚା, ଜଳଖିଆ, ଲସି, ରାସନ ଦୋକାନ ଉପରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବା ସହ ଫୁଡ଼ ଲାଇସେନ୍ସ କରିବାକୁ ପରାମର୍ଶ ଦିଆ ଯାଇଛି । ଯେଉଁ ଦୋକାନୀ ମାନେ ପୂର୍ବରୁ ତାଗିଦ ସତ୍ୱେ ଲାଇସେନ୍ସ କରି ନଥିଲେ ଅବା ବାସି ଖାଦ୍ୟ ବିକୁଥିଲେ ତଥା ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକୁଥିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଥିଲା । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା, ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରାଙ୍କ ନେତୃତ୍ତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

Exit mobile version