Site icon Awaj Media

ଓଡ଼ିଶା ଡ୍ରାଇଭର ମହାସଙ୍ଘ ବାଣପୁର ବ୍ଲକ ଶାଖା ତରଫରୁ ଅସହାୟ ପରିବାର କୁ ସହାୟତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ଡ୍ରାଇଭର ମହାସଙ୍ଘ ବାଣପୁର ବ୍ଲକ ଶାଖା ତରଫରୁ ଅସହାୟ ପରିବାର କୁ ସହାୟତା ପ୍ରଦାନ କରାଯାଇଛି । ଖବର ମୁତାବକ ବାଣପୁର ପାଇକସାହି ଗ୍ରାମର ଗୌରବ ବଳିୟାରସିଂ ଙ୍କ ପୁଅ ତ୍ରିନାଥ ବଳିୟାରସିଂ (୩୩) ଯିଏକି ଜଣେ ଡ୍ରାଇଭର ଥିଲେ ଅନ୍ୟ ଜଣଙ୍କ ଗାଡ଼ି ଚଲେଇ ନିଜ ଘର ଚଳାଉଥିଲେ , କିନ୍ତୁ କଣ ହେବ ତାଙ୍କୁ ଦୈଇବ ସାଥ ଦେଲାନି । ଗତ କିଛି ମାସ ତଳେ ତାଙ୍କର ଅକାଳ ବିୟୋଗ ଘଟିଲା । ତାଙ୍କର ପରିବାର କହିବାକୁ ଗଲେ ବାପା, ମାଆ, ତାଙ୍କ ସ୍ତ୍ରୀ ସୁଜତା ବଳିୟାରସିଂ ଏବଂ ତ୍ରିନାଥ ଙ୍କ ଗୋଟିଏ ପୁଅ . ତ୍ରିନାଥଙ୍କ ବାପାଙ୍କୁ ବୟସ ହୋଇ ଗଲାଣି , କିଛି କର୍ମ କରିବାକୁ ସେ ଏବେ ଅକ୍ଷମ ହୋଇ ପଢ଼ିଛନ୍ତି . ତେବେ ପରିବାରର ସମସ୍ତ ସଦସ୍ୟ ଅସହାୟ ହୋଇ ପଢ଼ିଛନ୍ତି । ଘରର ଭେଣ୍ଡିଆ ରୋଜଗାରକ୍ଷମ ପୁଅକୁ ହରେଇ ଆଜି ବାପା ମାଆ ଆଉ ତାଙ୍କ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ତ୍ରିନାଥ ବାଣପୁର ବ୍ଲକ ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆଗ ଧାଡ଼ିର ଜଣେ ସଦସ୍ୟ ଥିଲେ . ତାଙ୍କ ମୃତ୍ୟୁ ଖବର ଶୁଣି ବାଣପୁର ଅଞ୍ଚଳର ସମସ୍ତ ଡ୍ରାଇଭର ମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଘରେ ପହଞ୍ଚି ତାଙ୍କର ସମସ୍ତ କ୍ରିୟା କର୍ମରେ ସହଯୋଗ ହାତ ବଢେଇଥିଲେ । ପୁଣି ଆଜି ବାଣପୁର ଓଡ଼ିଶା ଡ୍ରାଇଭର ସଙ୍ଗର ସଭାପତି ବନମାଳୀ ପରିଡ଼ା, ଉପ ସଭାପତି ସେକ ସୌକତ ଏବଂ ମୁଖ୍ୟ ଆଡମିନ ସୂର୍ଯ୍ୟ ନାରାୟଣ ସାହୁ ଙ୍କ ସମେତ ସଂଘର କିଛି ଡ୍ରାଇଭର ଭାଇ ମାନଙ୍କ ମିଳିତ ସହଯୋଗରେ ତାଙ୍କ ପରିବାରକୁ କିଛି ପରିବା, ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା କରିଥିଲେ । ଅତି ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ତାଙ୍କୁ ସରକାରୀ ସ୍ତରରେ କିଛି ସହାୟତା କରାଯାଉ ବୋଲି ଓଡ଼ିଶା ଡ୍ରାଇଭର ମହାସଙ୍ଘ ତରଫରୁ ଦାବି ହେଉଛି ।

Exit mobile version