ବାଣପୁର : କୋଟ ବିଦ୍ୟାଧରପୁର ଶାସନ ଗ୍ରାମର ଜଣେ ଯୁବକ ନିଖୋଜ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୋଟ ବିଦ୍ୟାଧରପୁର ଶାସନ ଗ୍ରାମର ଜଣେ ଯୁବକ ନିଖୋଜ ଥିବାର ଖବର ହସ୍ତଗତ ହୋଇଛି । ଖବର ମୁତାବକ କୋଟ ବିଦ୍ୟାଧରପୁର ଶାସନ ଗ୍ରାମର ସନାତନ ପରିଡ଼ାଙ୍କ ପୁଅ ସନ୍ତୋଷ କୁମାର ପରିଡ଼ା (୨୯) ଦୁଇ ସପ୍ତାହ ଧରି ନିଖୋଜ ଅଛନ୍ତି . ସନ୍ତୋଷ ବିବାହିତ ହୋଇଥିବା ବେଳେ ତାଙ୍କର ୬ ମାସର ଗୋଟିଏ ଶିଶୁ ପୁତ୍ର ରହିଛି । ସନ୍ତୋଷ ଗତ କିଛି ଦିନ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ ଭୁବନେଶ୍ଵର ଏକ ଘରୋଇ କମ୍ପାନୀରେ ମେଶନ ମିସ୍ତ୍ରୀ ଭାବେ କାମ କରୁଥିଲେ । ଗତ ଶନିବାର ଦିନ ସନ୍ତୋଷ ନିଜ ପରିବାର ସହ ଯୋଗାଯୋଗ କରିଥିଲେ . ପରିବାର ସମସ୍ତ ସଦସ୍ୟଙ୍କ ସହିତ କଥା ହେଇଥିଲେ , ତେବେ ପରିବାର ଲୋକେ ତାଙ୍କ ସହ ରବିବାର ଦିନ ସକାଳେ ଯୋଗାଯୋଗ କରିବରୁ ତାଙ୍କ ଫୋନ୍ ଲାଗି ନଥିଲା । ଆଜକୁ ୧୩ ଦିନ ହୋଇ ଗଲାଣି କିନ୍ତୁ ସନ୍ତୋଷ ଙ୍କୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ . ଏପରିକି ତାଙ୍କ ଫୋନ୍ ମଧ୍ୟ ସୁଇଜ ଅଫ ରହିଛି . ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ସନ୍ଧାନ ମିଳିନାହିଁ । ତେବେ ଏନେଇ ସନ୍ତୋଷ ଙ୍କ ମାଆ ତାଙ୍କ ପୁଅ ନିଖୋଜ ଥିବାର ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି ।

Leave a Reply

Your email address will not be published. Required fields are marked *