Site icon Awaj Media

ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା କର୍ମୀଙ୍କ ଗଣ ଧାରଣା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସମବାୟ ସମିତି ନିବନ୍ଧକଙ୍କ ପାଖରୁ ମିଳୁନି ସୂଚନାଧିକାର ଆଇନ ବଳରେ ତଥ୍ୟ । ଅନ୍ତତଃପକ୍ଷେ ୫୦ରୁ ଉର୍ଦ୍ଧ୍ବ ସୂଚନା ପାଇବା ପାଇଁ ସୂଚନା ଅଧିକାର କର୍ମୀମାନେ ଆବେଦନ କରିଥିବା ବେଳେ ସୂଚନା ନଦେଇ ସମୟ ଗଡେଇ ଚାଲିଛନ୍ତି ଜିଲ୍ଲାରେ ଥିବା ଅନେକ ସମବାୟ ସମିତି । ଏହି ସମିତି ଗୁଡିକର ମୁଖ୍ୟ ନିବନ୍ଧକ କାର୍ଯ୍ୟାଳୟ ବେଆଇନ ନିଯୁକ୍ତି, ଜାଲ କାଗଜ ପତ୍ରରେ ଦିଆଯାଉଛି ଋଣ । ରବି ଓ ଖରିଫ ଫସଲ କିଣିବାରେ ଟୋକନ ଅନିୟମିତତାକୁ ନେଇ ଜିଲ୍ଲାର ସୂଚନା କର୍ମୀମାନେ ସୂଚନା ମାଗୁଥିବା ବେଳେ ସବୁଆଡୁ ନିରାଶ ହୋଇ ସମବାୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଜିଲ୍ଲାରେ ଅବସ୍ଥାପିତ ARCS ( ଆଡିସନାଲ ରେଜିଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି ) କୌଣସି ସୂଚନା ଦେବାକୁ ସଫା ସଫା ମନା କରିଥିବା ବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ତେବେ ARCSଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନାଧିକାର କର୍ମୀଙ୍କୁ ଯେପର୍ଯ୍ୟନ୍ତ ସୂଚନା ମିଳିନାହିଁ ସେପର୍ଯ୍ୟନ୍ତ ପ୍ରଶାସନ ବିରୋଧରେ ଓଡିଶା ସୂଚନାଧିକାର ଅଭିଯାନ ( OSAA ) ବିକ୍ଷୋଭ ଧାରଣା ଜାରି ରଖିବ ବୋଲି ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

 

Exit mobile version