Site icon Awaj Media

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ରୁ ଦୂର ହେଲା ଦୁଇ ଦଶନ୍ଧିର ସମସ୍ୟା !!!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ କାଳିଆମ୍ବା ଡ୍ୟାମ l ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ରୁ ଲାଗି ରହିଥିବା ଦୁଇ ଦଶନ୍ଧିର ସମସ୍ୟା ଦୂର ହେଲା l ଜଙ୍ଗଲ ବିଭାଗ ର ସମସ୍ୟା ସମାଧାନ ହେଲା , ସ୍ୱୀକୃତି ମିଳିଲା ଡ୍ୟାମ ନିର୍ମାଣ ପାଇଁ l ବାହାଡାଝୋଲା କୁ ଧରି ଦୁଇ ତିନୋଟି ପଞ୍ଚାୟତର ଚାଷୀ ହେବେ ଉପକୃତ l ଡ୍ୟାମ ନିର୍ମାଣ ଖବର ଶୁଣି ସାଧାରଣ ରେ ଖୁସି ର ଲହରୀ l ସୂଚନା ଅନୁଯାୟୀ ଆସନ୍ତା ୨୫ ତାରିଖରେ ବିଭାଗୀୟ ଯନ୍ତ୍ରୀ ଙ୍କ ସହ ପରିଦର୍ଶନରେ ଆସୁଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହରା l ଖୁବ ଶୀଘ୍ର ଆରମ୍ଭ ହେବ କାମ l ଡ୍ୟାମ ନିର୍ମାଣ ପାଇଁ ମଞ୍ଜୁରୀ ଖବର ଶୁଣି ସାଧାରଣରେ ଚର୍ଚ୍ଚା , ବିଧାୟକ ହେବ ତ ଏମିତି l ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ହୁଏତ ଯାହାକୁ ଟିକେଟ ମିଳିନି କି କାହାର ଫାଇଦା ହୋଇନି ସେମାନେ ବିଧାୟକଙ୍କୁ ବିରୋଧ କରି ଛାଟିପିଟି ହେଉଛନ୍ତି l ହେଲେ ସାଧାରଣ ଲୋକଙ୍କ ଉପରେ କିଛି ପ୍ରଭାବ ପଡ଼ିବନି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l ଏ ବାବଦରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ପଚାରିବାରୁ ସେ ମୃଦୁ ହସି ସେମିତି କିଛି ଅସୁବିଧା ନଥିବା କଥା କହିଛନ୍ତି l ଯାହାବି ହେଉ ବହୁ ପ୍ରତିକ୍ଷିତ କାଳିଆମ୍ବା ଡ୍ୟାମ ଆରମ୍ଭ ହେବାକୁ ଯାଉଛି, ସେଥିପାଇଁ ସାଧାରଣ ରେ ଖୁସିର ଲହରୀ ଖେଳି ଯାଇଛି l

Exit mobile version