Site icon Awaj Media

ସେଣ୍ଟ ଜାଭିୟର ସ୍କୁଲ ର ରୌପ୍ୟ ଜୟନ୍ତୀ ପାଳିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଋତୁଙ୍ଗିଆ ପଞ୍ଚାୟତ ର କରମୁଣ୍ଡା ଠାରେ ସେଣ୍ଟ ଜାଭିୟର ସ୍କୁଲ ଓ ପାରିଶ ସ୍ଥାପନ ର ୨୫ ବର୍ଷ ପୂର୍ତ୍ତି ଅବସରରେ ଧୁମଧାମରେ ରୌପ୍ୟ ଜୟନ୍ତୀ ପାଳିତ ହୋଇଛି । ଏହି ପାରିଶ ବିଦ୍ୟାଳୟଟି ୧୯୯୫ ମସିହା ରେ କରମୁଣ୍ଡା ଠାରେ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ ହୋଇ ଏବେ ଦଶମ ଶ୍ରେଣୀ ପଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ପ୍ରତି ବର୍ଷ ଏହି ବିଦ୍ୟାଳୟରେ ୯୯% ପିଲା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସମଗ୍ର କନ୍ଧମାଳ ଜିଲ୍ଲାର ଟେକ ରଖି ଆସୁଛି । ଏହି ବିଦ୍ୟାଳୟଟି ସେଣ୍ଟ ଜାଭିୟର ସ୍କୁଲ ପାରିଶ କରମୁଣ୍ଡାରେ ଶିକ୍ଷା ଅର୍ଜନ କରି ବହୁ ଛାତ୍ର ଛାତ୍ରୀ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।

ଏହି ଅବସରରେ କଟକ ,ଭୁବେନେଶ୍ୱର ମହାଧର୍ମ ପ୍ରଦେଶର ମହାଧର୍ମାଧ୍ୟକ୍ଷ ଯୋହନ ବାରୱା ଏସ.ଭି.ଡ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ମହା ପବିତ୍ର ଦିବ୍ୟଯଜ୍ଞ ରେ ପୌରହିତ୍ୟି କରି ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ । ଏହି ରୌପ୍ୟ ଜୟନ୍ତୀ ରେ ଯୀଶୁଏଟ ସଂଘ ର ମୁଖ୍ୟ ପ୍ରୋଭିନସିଆଲ ଯୋଗ ଦେଇଥିବା ବେଳେ ଅନେକ ଯାଜକ ଓ ସେବା ଭଗ୍ନି ମାନେ ମଧ୍ୟ ଉକ୍ତ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ । ପାରିଶ ର ମୁଖ୍ୟ ଯାଜକ ରୋମାନ୍ସ ପ୍ରଧାନ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଫାଦର ଭିକ୍ଟୋର , ଫାଦର ସିଲଭେରିୟସ , ଫାଦର ମନହୋର, ପି ପି ସି ସେକ୍ରେଟେରୀ ରତ୍ନାକର ଦିଗାଳ, ସଭାପତି ପ୍ରବୋଦ ପ୍ରଧାନ, ଶିକ୍ଷକ ତରୁଣ ପ୍ରଧାନଙ୍କ ସମେତ ପାରିଶ ର ମୁଖ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ କୁମାର ପ୍ରଧାନ, ସୁଜିତ ନାୟକ, ସୁରେଶ ପ୍ରଧାନ, ସୀମନ ପ୍ରଧାନଙ୍କ ସମେତ ଏହି ସେଣ୍ଟ ଜେଭିୟର ସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ଏବଂ ଅଭିଭାବକ, ବୁଦ୍ଧିଜୀବୀ ସହିତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ l

Exit mobile version