Site icon Awaj Media

ନଦୀକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଜେଜେମା ଓ ନାତୁଣୀ ପ୍ରାଣ ହରାଇଛନ୍ତି । ଖବର ମୁତାବକ ଶ୍ରୀନିବାସପୁର ଗ୍ରାମର ସ୍ବର୍ଗତ ତ୍ରିନାଥ ନାୟକଙ୍କ ପତ୍ନୀ କମା ନାୟକ (୫୫) ଏବଂ ତାଙ୍କ ନାତୁଣୀ ବେବି ନାୟକ (୫) ଆଜି ସଂନ୍ଧ୍ୟାରେ ଶୌଚ ପାଇଁ ସ୍ଥାନୀୟ ଶାଳିଆ ନଈକୁ ଯାଇଥିଲେ । ତେବେ କିଛି ସମୟ ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ନଦୀ ହୁଡ଼ାରେ ଅଚେତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମର ଜଣେ ବ୍ୟକ୍ତି ନଦୀକୁ ଯିବା ସମୟରେ ତାଙ୍କୁ ପାଣିରେ କରେଣ୍ଟ ମାରିଥିବାର କହିଥିଲେ । ତେବେ ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ଡାକ୍ତର ବାଣପୁର ପୋଲିସକୁ ସୂଚନା ଦେଇଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।

Exit mobile version